ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କୃଷ୍ଣଚନ୍ଦ୍ରପୁରସ୍ଥିତ ପିଏମଶ୍ରୀ ସରକାରୀ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ପିଏମଶ୍ରୀ ଉତ୍ସବ ୨୦୨୫ ପାଳିତ ହୋଇଯାଇଛି l କୃଷ୍ଣଚନ୍ଦ୍ରପୁର ପିଏମଶ୍ରୀ ସରକାରୀ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶୈଳେଶ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଶିକ୍ଷାଧିକାରୀ ଡ ମାୟାଧର ସାହୁ, ମୁଖ୍ୟ ବକ୍ତା ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ସୋଲୋମନ ରାଇକା, ସମ୍ମାନିତ ଅତିଥିଭାବେ ଜିଲ୍ଲା ଶିକ୍ଷା ନିରୀକ୍ଷକ ରମେଶ ଚନ୍ଦ୍ର ଦାସ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁଲେରାମ ମାରାଣ୍ଡି, ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳ, ଲାଞ୍ଜିଆ ସଉରା ଉନ୍ନୟନ ଅନୁଷ୍ଠାନର ସହ କଲ୍ୟାଣ ଅଧିକାରୀ ଆକାଶ କୁମାର ଦିଗାଲ, ଗୁମ୍ମା ଗୋଷ୍ଠୀ ଶିକ୍ଷାଧିକାରୀ ନୟନ ରଞ୍ଜନ ମଣ୍ଡଳ, ଆଞ୍ଚଳିକ ସମ୍ବଳ ସାଧନ ସଂଯୋଜକ କ୍ଷମା ସାଗର ପାଲକା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଫିଲିମନ୍ ଭୂୟାଁ, ସ୍ଥାନୀୟ ପ୍ରଧାନ ଶିକ୍ଷକ ଶୈଳେଶ ଚନ୍ଦ୍ର ମିଶ୍ରଙ୍କ ମଞ୍ଚାସୀନ ଥିଲେ l ବିଦ୍ୟାଳୟର ଛତ୍ରଛାତ୍ରୀ, ଅଭିଭାବକ ଏବଂ ପୂର୍ବତନ ଛାତ୍ରୀମାନଙ୍କ ଉପସ୍ଥିତିରେ ସର୍ବ ପ୍ରଥମେ ଅତିଥିମାନଙ୍କ ଦ୍ୱାରା ମଞ୍ଚ ଉପରେ ବିରାଜମାନ ଠାକୁରଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରାଯିବା ପରେ ପିଏମଶ୍ରୀ ଉତ୍ସବ ୨୦୨୫ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ଜ୍ଞାନ କୌଶଳ ମାଧ୍ୟମରେ ଜିଜ୍ଞାସା ମେଳା, ପିଏମଶ୍ରୀ ବ୍ୟାଙ୍କ, ଆକାଂକ୍ଷୀ ଛାତ୍ର ପରିଷଦ, ଦୋକାନ ମେଳାରେ ବିଭିନ୍ନ ଷ୍ଟଲ ଜରିଆରେ ଉପସ୍ଥାପନ କରାଯାଇଥିଲା l ଭଲ ପଦର୍ଶନ ଓ ଉପସ୍ଥାପନା ଦେଇଥିବା ଛାତ୍ରୀଙ୍କୁ ପ୍ରଥମ, ଦ୍ୱତୀୟ ଓ ତୃତୀୟ ସ୍ତରରେ ପୁରସ୍କୃତ କରାଯାଇଥିଲା l ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ ଓ ମନରଞ୍ଜନ କାର୍ଯ୍ୟକ୍ରମ ହୋଇଥିଲା l ଉପସ୍ଥିତ ଅତିଥି ଗଣ ଏହି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିବା ଲକ୍ଷ କରାଯାଇଥିଲା । ଏହି କାର୍ଯ୍ୟକ୍ରମ, ରାଜ୍ୟ ସରକାରଙ୍କ ଭିଜନ ୨୦୩୬ ଏକ ପଦକ୍ଷେପ ଯାହା ବିକଶିତ ଓଡିଶାର ଲକ୍ଷ ବୋଲି ଅତିଥି ଗଣ କହିଛନ୍ତି । ଏହି କାର୍ଯ୍ୟକ୍ରମ ସଫଳ କରିବା ପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅଧ୍ୟାପକ ଓ ସମସ୍ତ କର୍ମଚାରୀମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l