ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ କରୁକୁଡୁପା ଗ୍ରାମରେ ଏକ ଦୁଃଖ ଘଟଣା ଘଟିଛି I କରୁକୁଡୁପା ଗ୍ରାମର ୬ ଜଣ ମହିଳା ନିଜ ଗ୍ରାମ ଠାରୁ କିଛି ଦୂରରେ ଥିବା ବେଲଘର ଅନ୍ତର୍ଗତ ପୂଜା ଘାଟି ପାହାଡ଼କୁ ଶିଆଳି ପତ୍ର ତୋଳିବାକୁ ଯାଇ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ I ପତ୍ର ତୋଳିବା ବେଳେ ହଠାତ୍ ତାଙ୍କ ଉପରକୁ ବାଘ ମହୁମାଛି ଆକ୍ରମଣ କରିଥିଲା I ଯାହା ଫଳରେ ୬ ଜଣରୁ ଜଣେ ବୃଦ୍ଧାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି I ମୃତ ମହିଳା ଜଣକ ହେଲେ କାନୁ ଦିଗାଳଙ୍କ ସ୍ତ୍ରୀ ମନ୍ଜୁରୀ ଦିଗାଲ ଆନୁମାନିକ ବୟସ ୬୫ ଏବଂ ଅନ୍ୟ ପାଞ୍ଚ ଜଣ ମହିଳା ଗୁରୁତର ଅବସ୍ଥାରେ ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇ ଥିବା ସୂଚନା ମିଳିଛି I ତେବେ ଗୁରୁତର ୫ ଜଣ ମହିଳାଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ବର୍ତମାନ ସ୍ଥିର ଥିବା ଜଣା ପଡ଼ିଛି I ମୃତ ମହିଳାଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ଗତ କାଲିଠାରୁ ତୁମୁଡ଼ି ବନ୍ଧ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ରଖାଯାଇଛି I ମୃତ ବୃଦ୍ଧାଙ୍କ ଶବ ବ୍ୟବଚ୍ଛେଦ ପାଇଁ ପରିବାର ଓ ସମ୍ପର୍କୀୟମାନେ ଦୀର୍ଘ ସମୟ ଧରି ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅପେକ୍ଷାରେ ଥିବା ଦେଖା ଦେଇଛି l