କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ……

ଭଞ୍ଜନଗର(ନିଲୁ ବିଷୋୟୀ): ବେଲଗୁଣ୍ଠା ବ୍ଳକ ସ୍ଥିତ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ  ସମ୍ବିଧାନ ଦିବସ ଅନୁଷ୍ଠିତ ହୋଇଯାଇଛି ।  ଅନୁଷ୍ଠାନର ଅଧ୍ୟକ୍ଷା ରୁନିବାଳା ତ୍ରିପାଠୀଙ୍କ ପୌରାହିତ୍ୟରେ ଆୟୋଜିତ କାଯ୍ୟକ୍ରମରେ ପ୍ରଶାସନିକ ଅଧିକ୍ଷକ ତ୍ରିନାଥ ବେହେରା, ଜାତୀୟ ସେବା ଯୋଜନା ଅଧିକାରୀ ଭବାନୀ ଶଙ୍କର ରା, ବରିଷ୍ଠ ପ୍ରତିପାଦକ ସୁଶାନ୍ତ କୁମାର ଲେଙ୍କା ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମକୁ ରାଜନୀତି ବିଜ୍ଞାନର ଅଧ୍ୟାପକ ମନୋଜ କଅଁର ସଂଯୋଜନା କରିଥିଲେ । ସମସ୍ତ ମଞ୍ଚାସୀନ ବ୍ୟକ୍ତି ବିଶେଷ ସମ୍ବିଧାନ ଦିବସର ମହତ୍ତ୍ବ ତଥା ଏହି ଦିବସ ପାଳନର ପୃଷ୍ଠଭୂମି ଆଲୋଚନା କରିବା ସହ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଛାତ୍ର ଶୁଭ୍ରାଂଶୁ ଗୌଡ, ଛାତ୍ରୀ ରାଜଲକ୍ଷ୍ମୀ ନାୟକ, ବର୍ଷାରାଣୀ ସ୍ବାଇଁ,ତପସ୍ବିନୀ ଦାସ ପ୍ରମୁଖ ଏହି ଅବସରରେ ସମ୍ବିଧାନ ଦିବସ ସମ୍ବନ୍ଧୀୟ ବକ୍ତବ୍ୟ ପ୍ରଦାନ କରିଥିଲେ ।  କାର୍ଯ୍ୟକ୍ରମରେ ଅଧ୍ୟାପକ ସୌମେନ୍ଦୁ ପଣ୍ଡା, ପ୍ରଦୀପ ଦିଗାଲ, ଆଶୁତୋଷ ପ୍ରଧାନ, ଅର୍କଧ୍ବଜ ପଣ୍ଡା, ମନୋଜ ମିଶ୍ର ଅନୁଷ୍ଠାନର ବୈଷୟିକ ଓ ପ୍ରଯୁକ୍ତି ବିଜ୍ଞାନ ବିଭାଗ ଅଧ୍ୟାପକ ପି.ଦିପକ ରାଓ, ପ୍ରତିପାଦିକା ସ୍ବରୂପାରାଣୀ ବିଶ୍ବାଳ, ଅଧ୍ୟାପିକା ଜୟଶ୍ରୀ ସେଠୀ, କିରନ କଅଁର, ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।  କାର୍ଯ୍ୟକ୍ରମ ଶେଷରେ ଜୀବ ବିଜ୍ଞାନର ବରିଷ୍ଠ ପ୍ରତିପାଦକ ସୁଶାନ୍ତ କୁମାର ଲେଙ୍କା ଧନ୍ୟବାଦ ପ୍ରଦାନ କରିଥଲେ ।