ଦାରିଙ୍ଗବାଡ଼ି ବ୍ଳକ ସ୍ତରୀୟ ଶିଶୁ ଜ୍ଞାନ କୌଶଳ ପ୍ରଦର୍ଶନୀ ଓ ଵିଜ୍ଞାନ ମେଳା ଅନୁଷ୍ଠିତ……

ଦାରିଙ୍ଗବାଡ଼ି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅନୁସୂଚିତ ଜାତି ଓ ଜନ ଜାତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବ୍ଳକ ସ୍ତରୀୟ ଶିଶୁ ବୈଜ୍ଞାନିକ ପ୍ରଦର୍ଶନୀ ଓ ଵିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ବିଜ୍ଞାନ ମେଳାରେ ବ୍ଳକ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟରୁ ଶିଶୁ ବୈଜ୍ଞାନିକମାନେ ନିଜ ଜ୍ଞାନ କୌଶଳକୁ ଉପସ୍ଥାପନ କରିଥିଲେ l ବିଭିନ୍ନ ବିଦ୍ୟାଳୟରୁ ୬୨ଟି ପ୍ରକଳ୍ପ ପ୍ରଦର୍ଶନ କରାଯାଇ ଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ବକ୍ତାଭାବେ  ଦାରିଙ୍ଗବାଡ଼ି ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ  ଉମାଶଙ୍କର ସାମନ୍ତରାୟ, ବିଆରସି ଗୋକୁଳ ଚନ୍ଦ୍ର ନାୟକ ଯୋଗଦେଇ  ମେଳାର ଶୁଭାରମ୍ଭ କରି ଶିଶୁ ବୈଜ୍ଞାନିକମାନଙ୍କୁ ଉତ୍ସାହିତ କରିଥିଲେ । ଏହି ପ୍ରଦର୍ଶନୀ ମେଳାରେ ବିଚାରକ ଭାବେ ଲଣ୍ଡାଗାଁ ନୋଡାଲ ଉଚ୍ଚ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ସଂଜୀବ କୁମାର ବେହେରା, କୁର୍ତ୍ତୁମଗଡ଼ ଉଚ୍ଚ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ପ୍ରମୋଦ କୁମାର ପାଣିଗ୍ରାହି ଯୋଗଦେଇ ପ୍ରକଳ୍ପର ମୂଲ୍ୟାଙ୍କନ କରିଥିଲେ । ମେଳାରେ ପ୍ରଦର୍ଶିତ  ୬୨ଟି ପ୍ରକଳ୍ପ  ମଧ୍ୟରୁ ୭ଟି ପ୍ରକଳ୍ପକୁ ଜିଲ୍ଲା ସ୍ତରୀୟ ପ୍ରଦର୍ଶନ ପାଇଁ ମୋନୋନିତ କରାଯାଇଛି ।  ସେଥି ମଧ୍ୟରୁ  ବ୍ରାହ୍ମଣୀଗାଁ ଉଚ୍ଚ ବିଦ୍ୟାଳୟ, ପେନାପୋଷି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଦାରିଙ୍ଗବାଡ଼ି ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କିରିକୁଟି ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଦାସିଂବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସୋନପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରହିଛି । କାର୍ଯ୍ୟକ୍ରମକୁ ସିଆରସିସି ରମାକାନ୍ତ ଦିଗାଲ ସଂଯୋଜନା କରିଥିଲା ବେଳେ ଅନ୍ୟ ସମସ୍ତ ସିଆରସିସି ପରିଚାଳନାରେ ସହଯୋଗ କରିଥିଲେ ।