କୁଲାଡ ରାଧା ଗିରିଧାରୀ ଆଶ୍ରମରେ ଅନ୍ନକୂଟ୍ଟ ମହୋତ୍ସବ ଅନୁଷ୍ଠିତ….

ଭଞ୍ଜନଗର(ନିଲୁ ବିଶୋଇ):  ଭଞ୍ଜନଗର ବ୍ଳକ୍ କୁଲାଡ ଠାରେ ଶ୍ରୀ ଶ୍ରୀ ରାଧା ଗିରିଧାରୀ ଆଶ୍ରମ ପକ୍ଷରୁ ଗୋବର୍ଦ୍ଧନ ପୂଜା ଏବଂ ଅନ୍ନକୂଟ୍ଟ ମହୋତ୍ସବ ଅନୁଷ୍ଠିତ ହୋଇଛି । ଏଥି ପାଇଁ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ଆଶ୍ରମ ପକ୍ଷରୁ ୧୦୮ ଆଳତୀ, ମହାଭିଷେକ ବହୁ ଆଡମ୍ବର ସହକାରେ ରୀତିନୀତି ଅନୁଯାୟୀ ପାଳନ ହୋଇଥିଲା । ବ୍ରହ୍ମଚାରୀ ପରମେଶ୍ୱର ଦାସ ପ୍ରବକ୍ତା ଭାବେ ପ୍ରବଚନ ଦେଇଥିଲେ । ଶ୍ରୀମଦ ଭଗବତ କଥା ସନ୍ଥଙ୍କ ନିକଟରୁ ଶୁଣିବା ଆମ ପାଇଁ ସୌଭାଗ୍ୟର କଥା ବୋଲି ଭକ୍ତମାନେ କହିଥିଲେ । ସତସଙ୍ଗରେ ଯେଉଁ ଆନନ୍ଦ ରହିଛି ତାହା ଦୁନିଆର କୌଣସି ଜିନିଷରେ ମଧ୍ୟ ସେହି ଆନନ୍ଦ ମିଳିପାରିବନାହିଁ ବୋଲି ପ୍ରବକ୍ତା କହିଥିଲେ । ଏହା ପରେ ଶ୍ରଦ୍ଧାଳୁଙ୍କ ଗହଣରେ ନଗର ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ଭଗବାନ ଶ୍ରୀକୃଷ୍ଣଙ୍କ ପର୍ବତ ଉଠାଇଥିବାର ଏକ ସୁନ୍ଦର ପ୍ରତିମା ସ୍ଥାପନ କରାଯିବା ସହ ୫୬ ଭୋଗରେ ୨୦୦ରୁ ପ୍ରକାରରୁ ଉର୍ଦ୍ଧ ମିଷ୍ଠାନ୍ନ, ଭୋଗ, ପ୍ରସାଦ ଆଦି ଅର୍ପଣ କରାଯାଇଥିଲା । ଏହା ପରେ ମଧ୍ୟାହ୍ନରେ ଶତାଧିକ ଶ୍ରଦ୍ଧାଳୁଙ୍କ ନିମନ୍ତେ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା । ଏଥିରେ ଆଖପାଖ ଅଞ୍ଚଳର ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଏଥିରେ କେଶବ ଦାଶ, ଅଶୋକ ପାତ୍ର, ଅଶୋକ ଦାସ, ଅରକ୍ଷିତ ପରିଛା ଓ କୁଲାଡ ଗ୍ରାମବାସୀ ପ୍ରମୁଖ ସହଯୋଗ କରିଥିଲେ ।