ରା ଉଦୟଗିରି ଠାରେ ସୁସ୍ଥ ନାରୀ, ଶସକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ….

ରା ଉଦୟଗିରି(ଆକାଶ ଦାସ): ଗଜପତିଜିଲ୍ଲା ରା ଉଦୟଗିରି ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ  ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ସେପ୍ଟେମ୍ବର ୧୭ ତାରିଖ, ଭାରତର ମାନ୍ୟବର ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କର ୭୫ ଜଜନ୍ମଦିବସରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ୨ ତାରିଖ ଯାଏ ଏଇ କାର୍ଯ୍ୟକ୍ରମ ପାଳନ କରାଯିବା ଲାଗି ଭାରତ ସରକାର ତଥା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଛି । ତେବେ ଏଇ କାର୍ଯ୍ୟକ୍ରମରେ ଅନୁଜା ବେହେରା (ପିପିପି କନସଲଟାଣ୍ଟ), ଡଃ.ପୁଷ୍ପାଞ୍ଜଳୀ ମିଶ୍ର (ଜେଡି ଏସଜେଏଚ୍ ଏଫଡବ୍ଲ୍ୟୁ), କମଳା କାନ୍ତ ସାହୁ(ଏସଡିଏମ ଏନଏଚଏମ) ରାଜ୍ୟ ଓ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ସ୍ଥାନୀୟ ବିଡିଓ ଲରିମନ ଖର୍ସଲ, ମେଡିକାଲ ଇନଚାର୍ଜ ନିବେଦିତା ପଣ୍ଡା, ସରପଞ୍ଚ ଜାମେସ ରାଇକା, ଥାନା ଏସ ଆଇ ସପ୍ନାରାଣୀ ବେହେରା ଓ ସାଂସଦ ପ୍ରତିନିଧି ସଞ୍ଜୟ ପତି ମଞ୍ଚାସୀନ ଥାଇ କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋକ ପାତ କରିଥିଲେ । ଡାକ୍ତରମାନଙ୍କ ଦ୍ବାରା ଆସିଥିବା ରୋଗୀମାନଙ୍କ ପରୀକ୍ଷା, ଚିକିତ୍ସା ତଥା ମହିଳାଙ୍କ ପଞ୍ଜିକୃତ ହୋଇଥିଲା । ଜିଲ୍ଲାର ବିଭାଗୀୟ ପଦାଧିକାରୀ ତଥା ସ୍ଥାନୀୟ ଅଧିକାରୀ, କର୍ମଚାରୀ, ଆଶା ଅଙ୍ଗନୱାଡ଼ି, ସୁପରଭାଇଜର, ଏଏନଏମ, ବିଏଲଫ୍ ତଥା ସ୍ବୟଂସହାୟିକା ମହିଳା ଗୋଷ୍ଠୀଙ୍କ ଉପସ୍ଥିତ ଦେଖିବାକୁ ମିଳିଥିଲା ।