ରା ଉଦୟଗିରି (ଆକାଶ ଦାସ): ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିବସ ଉପଲକ୍ଷେ ରାଜ୍ୟରେ ୭. ୫ କୋଟି ଚାରା ରୋପଣ ଲାଗି ଲକ୍ଷ୍ୟ ରଖା ଯାଇଛି l ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ ରାମଗିରି ଗ୍ରାମ ପଞ୍ଚାୟତର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସମେତ ପି ଏମ୍ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମହେନ୍ଦ୍ରଗିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଡ଼ଃ. ବି. ଆର. ଆମ୍ବେଦକର ଜାତୀୟ ସ୍ନାତକ ମହାବିଦ୍ୟାଳୟ ଏବଂ କଲେଜ ଛକ ରାସ୍ତା ପାର୍ଶ୍ୱରେ ଚାରା ରୋପଣ ହୋଇଥିଲା ଏବଂ ରାମଗିରି ବନ ବିଭାଗ ପକ୍ଷରୁ ତବାରସିଂ ଗ୍ରାମପଞ୍ଚାୟତର ଟି.ଗୁଡିସାହି ଓ ପଣସଡିହ ଗ୍ରାମରେ ମିଳିତ ଭାବେ ଏକ୍ ପେଡ୍ ମା ‘ କେ ନାମ୍ ଅଭିଯାନରେ ବୃକ୍ଷ ରୋପଣ କରାଯାଇଛି l ସେହି ପରି ରା ଉଦୟଗିରି ଅଗ୍ନିଶମ ବାହିନୀ ଦ୍ବାରା ଅଫିସ ପରିସର ମଧ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରା ଯାଇଥିଲା । ନିଜ ନିଜ ପରିସର ମଧ୍ୟରେ ନିଜ କର୍ମଚାରୀ, ସ୍ଥାନୀୟ ସରପଞ୍ଚ ଓ ମହିଳା ଗୋଷ୍ଠୀ ତଥା ସିଆରପି, କୃଷିମିତ୍ର ଓ ଏମ୍ବିକେମାନଙ୍କ ଉପସ୍ଥିତି ସହ ବ୍ଲକ ବିଡିଓ ଲରିମନ ଖର୍ସଲ ଏବଂ ତହସିଲଦାର ଜ୍ୟୋତିର୍ମୟ ଦାସ କାର୍ଯ୍ୟକ୍ରମର ଅନେକ ସ୍ଥାନରେ ଯୋଗଦେଇ ଲୋକଙ୍କୁ ଉତ୍ସାହିତ କରିବା ଦେଖିବାକୁ ମିଳିଛି ।