ଇନ୍ଦିରା ସ୍ମୃତି ମହାବିଦ୍ୟାଳୟରେ ସମୁହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ….

ମୋହନା(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁଟ ସ୍ଥିତ ଇନ୍ଦିବା ସ୍ମୃତି ମହାବିଦ୍ୟାଳୟରେ ଏକ୍ ପେଡ୍ ମା କେ ନାମ ପାଳନ ଅବସରରେ ସମୁହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ୍ୟ ଶ୍ରୀ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବନବିଭାଗ ଦ୍ବାରା ଯୋଗାଇଦିଆଯାଇଥିବା ପ୍ରାୟ ୪୫୦ରୁ ଉର୍ଦ୍ଧ୍ବ ଚାରା ରୋପଣ କରାଯାଇଥିଲା । ମୋହନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ରାଜୀବ ଦାସ ଏବଂ ଚାନ୍ଦିପୁଟ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଲତା ପାଲ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସମସ୍ତଙ୍କୁ ଉତ୍ସାହିତ କରିଥିବା ବେଳେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଜାତୀୟ ସେବା ଯୋଜନା, ଜୁନିଅର ରେଡକ୍ରସ୍ ତଥା ସମସ୍ତ ଛାତ୍ରଛାତ୍ରୀ ବୃକ୍ଷରୋପଣ ସହ ରକ୍ଷଣାବେକ୍ଷଣ ପାଇଁ ସଂକଳ୍ପ ନେଇଥିବା ଦେଖିବାକୁ ମିଳିଥିଲା ।