ନୂଆଗଡ଼ ବ୍ଲକ କେରେଡ଼ାଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ନିମାପଡ଼ା ମେଟ୍ ଗ୍ରୁପ୍ ତରଫରୁ ୮ ଗୋଟି ବିଦ୍ୟାଳୟକୁ କମ୍ପ୍ୟୁଟର ବିତରଣ….
ମୋହନା(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ ଅନ୍ତର୍ଗତ କେରେଡ଼ାଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପୁରୀ ଜିଲ୍ଲାର ନିମାପଡ଼ାସ୍ଥିତ ମେଟ୍ ଗ୍ରୁପ୍ର ପ୍ରୟାସରେ ଏକ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗ୍ରାମୀଣ ଅଞ୍ଚଳର ଶିକ୍ଷାର୍ଥୀଙ୍କୁ ଆଧୁନିକ ଜ୍ଞାନକୌଶଳରେ ସଶକ୍ତ କରିବାର ଲକ୍ଷ୍ୟ ନେଇ ଅଞ୍ଚଳର ୮ ଗୋଟି ସରକାରୀ ଉଚ୍ଚ ବିଦ୍ୟାଳୟକୁ ନିମାପଡ଼ା ମେଟ୍ ଗ୍ରୁପ୍ ତରଫରୁ କମ୍ପ୍ୟୁଟର ବିତରଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନଗତ ସରକାରୀ ଅଭିଯୋଜକ ଶ୍ରୀ ରାଜେଶ କୁମାର ମିଶ୍ର, ଜିଲ୍ଲା ଖଣି ଅଧିକାରୀ ଶ୍ରୀ ଦିପେନ ପରିଡ଼ା, ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ ମାୟାଧର ସାହୁ, ନୂଆଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଆଦିକନ୍ଦ ଗମାଙ୍ଗ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଲିଙ୍ଗରାଜ କାର୍ଜି ତଥା ସମ୍ପୃକ୍ତ ବିଦ୍ୟାଳୟ ଗୁଡ଼ିକର ପ୍ରଧାନ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ନିମାପଡ଼ା ମେଟ୍ ଗ୍ରୁପ୍ର ଏହି ପଦକ୍ଷେପ ଗ୍ରାମୀଣ ଶିକ୍ଷାର୍ଥୀଙ୍କୁ ଡିଜିଟାଲ ସାକ୍ଷରତାରେ ଦକ୍ଷତା ଅର୍ଜନ କରାଇବା ସହ ସେମାନଙ୍କ ଶୈକ୍ଷିକ କୌଶଳକୁ ଉନ୍ନୀତ କରିବାରେ ଏକ ମହତ ପ୍ରୟାସ ରୂପେ ପରିଗଣିତ ହୋଇଛି । ଏହା ଶିକ୍ଷା କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳର ପ୍ରସାର ଏବଂ ଗ୍ରାମୀଣ ଛାତ୍ରଛାତ୍ରୀଙ୍କୁ ସମୟୋପଯୋଗୀ ଶିକ୍ଷାରେ ସମୃଦ୍ଧ କରିବା ଦିଗରେ ଏକ ପ୍ରଶଂସନୀୟ ଉଦ୍ୟମ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏହି କାର୍ଯ୍ୟକ୍ରମ ଶିକ୍ଷା କ୍ଷେତ୍ରରେ ଡିଜିଟାଲ ସାକ୍ଷରତା ପ୍ରୋତ୍ସାହନ ଏବଂ ଗ୍ରାମୀଣ ଛାତ୍ରଛାତ୍ରୀଙ୍କୁ ଆଧୁନିକ ଶିକ୍ଷାରେ ସଶକ୍ତ କରିବା ଦିଗରେ ଏକ ଉଲ୍ଲେଖନୀୟ ପ୍ରୟାସ ରହିଛି ।