ମାଲିକାପଡ଼ି ପଞ୍ଚାୟତରେ ଥିବା ସମସ୍ୟାକୁ ଯଥାସମ୍ଭବ ସମାଧାନ ପାଇଁ ସ୍ଥାନୀୟ ସରପଞ୍ଚ ଓ ବିଡିଓଙ୍କୁ ତାଗିଦ କଲେ ଯୁବକ ସଂଘର ସଦସ୍ୟ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅଧିନସ୍ଥ ମାଲିକାପଡ଼ି ଗ୍ରାମ ପଞ୍ଚାୟତର ଯୁବ ସମାଜ ଆଜି ପଞ୍ଚାୟତର ବିଭିନ୍ନ ସମସ୍ୟାକୁ ନେଇ ଏକତ୍ରିତ ହୋଇ ସରପଞ୍ଚଙ୍କ କାର୍ଯ୍ୟାଳୟରେ ପହଂଚିବା ସହ ସମସ୍ୟାର ଯଥା ସିଘ୍ର ସମାଧାନ ନିମନ୍ତେ ସରପଞ୍ଚଙ୍କୁ ତାଗିଦ କରିଥିଲେ l ଏହା ସହ ବ୍ଲକ କାର୍ଯ୍ୟାଳୟରେ ମଧ୍ୟ ପହଞ୍ଚି ମାଲିକାପଡ଼ି ଗ୍ରାମ ପଞ୍ଚାୟତର ସମସ୍ୟା ସମାଧାନ ନ ହେଲେ ବିଡିଓଙ୍କୁ ଆନ୍ଦୋଳର ଚେତାବନୀ ମଧ୍ୟ ଦେଇ ଛନ୍ତି l ମାଲିକାପଡ଼ି ଗ୍ରାମ ପଞ୍ଚାୟତର ସମସ୍ୟା ଗୁଡିକ ହେଲା ବସୁଦ୍ଧା ଯୋଜନାରେ ପାନୀୟ ଜଳ ଯୋଗାଯାଉଥିବା ପାଇପରେ ଲିକେଜ୍, ଷ୍ଟ୍ରିଟ୍ ଲାଇଟ୍ ଖରାପ, ମାଲିକାପଡ଼ି ଗ୍ରାମ ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତାର ମରାମତି କିମ୍ବା ନୁତନ ରାସ୍ତାର ନିର୍ମାଣ, ଅଧିକାଂଶ ଅନ୍ଧାରା ଏରିଆରେ ନୂଆ ଲାଇଟ୍ ସ୍ଥାପନ ଓ ମରାମତି ସମ୍ପର୍କରେ ମାଲିକାପଡ଼ି ଗ୍ରାମ ପଞ୍ଚାୟତ ସରପଞ୍ଚ ଓ ବିଡିଓଙ୍କୁ ଅବଗତ କରିବା ସହ ସମସ୍ୟାର ଯଥା ସମ୍ଭବ ସମାଧାନ ପାଇଁ ତାଗିଦ ମଧ୍ୟ କରିଥିଲେ l ଏହା ସହ ଏକ ଲିଖିତ ଦାବି ପତ୍ର ମଧ୍ୟ ସରପଞ୍ଚ ଓ ବିଡିଓଙ୍କୁ ପ୍ରଦାନ କରିଛନ୍ତି l ଯଦି ମାଲିକାପଡ଼ି ଗ୍ରାମ ପଞ୍ଚାୟତର ସମସ୍ୟା ସମାଧାନ ନ ହୁଏ ତାହା ହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବା ପାଇଁ ମଧ୍ୟ ଚେତାବନୀ ଦେଇଛନ୍ତି l ଏହି କାର୍ଯ୍ୟକ୍ରମରେ ଏକୀବିଜୟତା ପ୍ରଧାନ, ଅଂକୁର ନାୟକ, ଇମାନୁଏଲ୍ ନାୟକ, କୃତାର୍ଥ ନାୟକ, ଚରଣ ପ୍ରଧାନ, ନିଶିକାନ୍ତ ପ୍ରଧାନ, ଜତିନ ପ୍ରଧାନ, ବିକାଶ ପ୍ରଧାନ, ଧନେସ୍ବର ପ୍ରଧାନ, ଅଲିପ ପ୍ରଧାନ, କାଲଭିନ ନାୟକ, ଗୁଡୁ ନାୟକଙ୍କ ସହ ପଚାସରୁ ଉର୍ଦ୍ଧ ଯୁବକ୍ ଓ ଯୁବତୀ ଉପସ୍ଥିତ ଥିଲେ l