କୋଟଗଡ(ଦିପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକର କୋଟଗଡ ବନଖଣ୍ଡ ଅନ୍ତର୍ଗତ କୋଟଗଡ ବନାଞ୍ଚଳ ପକ୍ଷରୁ ବିଭିନ୍ନ କିସମର ଫଳ ବୃକ୍ଷ, ପୁଷ୍ପ ବୃକ୍ଷ ଓ ଔଷଧୀୟ ଚାରା ପ୍ରସ୍ତୁତ କରି ଅଞ୍ଚଳର କୋଟଗଡ ପଞ୍ଚାୟତକୁ ଚାରା ପହଞ୍ଚାଇବା ପାଇଁ ଭ୍ରାମ୍ୟମାଣ ଚାରା ବିତରଣ ରଥର ଶୁଭାରମ୍ଭ ହୋଇଛି । ଶନିବାର ଦିନ ସ୍ଥାନୀୟ ଚାରା ଉତ୍ପାଦନ କେନ୍ଦ୍ରରେ ସ୍ଥାନୀୟ ବନାଞ୍ଚଳ ଅଧିକାରୀ ବାଳଗୋପାଳ ବେହେରା ଓ କୋଟଗଡ ବ୍ଲକ ବିଡିଓଙ୍କ ଅଧ୍ୟକ୍ଷତାରେ ଏକ ଉଦଘାଟନୀ ସମାରୋହର ଆୟୋଜନ କରାଯାଇ ଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ କୋଟଗଡର ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ରଥ ସମ୍ମୁଖରେ ସବୁଜ ପତାକା ଦେଖାଇ ଭ୍ରାମ୍ୟମାଣ ଚାରା ବିତରଣ ରଥର ଶୁଭାରମ୍ଭ କରିଥିଲେ । ପ୍ରକାଶ ଯୋଗ୍ୟ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ଵାନ କ୍ରମେ “ଏକ ପେଡ୍ ମା କେ ନାମ “କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହୋଇ ନିଜ ମାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରି ବା ସହ ଧରିତ୍ରୀ ମାର ସୁରକ୍ଷା ପାଇଁ ସୁନିଶ୍ଚିତ ଗଛଟିଏ ଲଗାଇବା, କାର୍ଯ୍ୟକ୍ରମ ଆଗମୀ ୧୭ତାରିଖରୁ ଆରମ୍ଭ ହୋଇ ରାଜ୍ୟ ବ୍ୟାପୀ ୭୫ ଲକ୍ଷ ଚାରା ରୋପଣର ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ଏଣୁ ବନ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇ ଥିବା ବେଳେ ପ୍ରତ୍ୟେକ ପଞ୍ଚାୟତରେ ଯେପରି ଚାରା ପହଞ୍ଚି ପାରିବ ସେ ନେଇ ପ୍ରସ୍ତୁତ ଥିବା ବନାଞ୍ଚଳ ଅଧିକାରୀ ଶ୍ରୀ ବାଳଗୋପାଳ ବେହେରା ସୂଚନା ଦେଇଛନ୍ତି ।