ଧରାକୋଟ(ସୁନୀଲ କୁମାର ଚୌଧୁରୀ): ନିଜ ପଞ୍ଚାୟତରେ ନିଜର ସମସ୍ୟା ଜଣାଇବା ପାଇଁ ଆରମ୍ଭ ହୋଇଛି ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ନିଜ ନିଜର ସମସ୍ୟା ସମ୍ପର୍କରେ ଏଣିକି ଲୋକଙ୍କୁ ବାହାରକୁ ଯାଇ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ଲୋକେ ଡୋର ଷ୍ଟେପରେ ସମସ୍ତ ସମସ୍ୟାର ସମାଧାନ ପାଇଁ ଏବେ ସୁଯୋଗ ପାଇଛନ୍ତି । ସଂପ୍ରତି ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଆରମ୍ଭ ହୋଇଛି ପଞ୍ଚାୟତ ସ୍ତରରେ ଜନ ଶୁଣାଣି କାର୍ଯ୍ୟକ୍ରମ । ଆଜି ଧରାକୋଟ ବ୍ଲକର ପ୍ରଥମ ଜନ ଶୁଣାଣି କାର୍ଯ୍ୟକ୍ରମ ଢଉ ଗାଁ ପଞ୍ଚାୟତରୁ ଆରମ୍ଭ ହୋଇଛି । ଏହି ଜନ ଶୁଣାଣି କାର୍ଯକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଦେବଦତ୍ତ ପଣ୍ଡା, ତହସିଲଦାର ଲମ୍ବୋଦର ମାରାଣ୍ଡି, ଭାରପ୍ରାପ୍ତ ବିଡିଓ ସୁଶିଲ ପଟନାୟକ, ଧରାକୋଟ ମେଡ଼ିକାଲ ଅଫିସର ଡାକ୍ତର ଏମଭିକେ ଅଶୋକ, ଥାନା ଅଧିକାରୀ ଚନ୍ଦ୍ରିକା ସ୍ବାଇଁ, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀ, ଢଉଗାଁ ସରପଞ୍ଚ ମନୁ ପାତ୍ର, ସମବାୟ ସମିତି ସଭାପତି ସଞ୍ଜୟ ପାତ୍ର, ନିର୍ବାହୀ ଅଧିକାରୀ କାଳୁ ଚରଣ ସ୍ୱାଇଁ, ଡିଇଓ ସଞ୍ଜୟ ପଲେଇ, ଆର ଡବ୍ଲୁ ଏସ ଏସ ସହକାରୀ ଯନ୍ତ୍ରୀ ଚିନ୍ମୟୀ ରାଉତ, ଏପିଓ ନନ୍ଦିନୀ ଦାସ, ସିଡିପି ଓ ସୁନିଲ ପ୍ରଭା ରଥ, ସହକାରୀ ଯନ୍ତ୍ରୀ ଦୀପ୍ତି ରେଖା ନାଥ କଲ୍ୟାଣ ଅଧିକାରୀ ଅନନ୍ୟା ପଣ୍ଡା, ବିଏସଏସ ଓ ସଚିନ ପାତ୍ର, ଯୋଗାଣ ଅଧିକାରୀ ସଞ୍ଜୟ ମଲିକ, ଓଏଲଏମ ପ୍ରତାପ ସ୍ଵାଇଁ , ବିଭିଓ କିରଣ ବିଶୋଇ, କୃଷି ଅଧିକାରୀ ବିଶ୍ଵନାଥ ବେହେରା, ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ରାକେଶ ମାଝୀ, ପୂର୍ତ୍ତ ବିଭାଗ ଯନ୍ତ୍ରୀ ଚିରଞ୍ଜିବୀ ସାହୁ , ଏବିଇଓ ବିଭୁତି ଭୁଷଣ ପାତ୍ରଙ୍କ ସମେତ ସମସ୍ତ ଲାଇନ ବିଭାଗର ଅଧିକାରିମାନେ ଉପସ୍ଥିତ ରହିଥିଲେ । ଆଜିର ଜନ ଶୁଣାଣୀରେ 260 ଜଣ ବ୍ୟକ୍ତି ନିଜ ନିଜର ଲିଖିତ ଅଭିଯୋଗ ଦାଖଲ କରିଥିଲେ ।