ୟୁଏଏସର ବ୍ୟବସ୍ଥାକୁ ବିରୋଧ କରି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ…

କୋଟଗଡ(ଦିପେନ୍ଦ୍ର ନାୟକ): ଗଣଶିକ୍ଷା ବିଭାଗର ୟୁନିଫାୟାର୍ଡ ଅଟୋମେଶନ ସିଷ୍ଟମ(ୟୁଏଏସ)କୁ ବିରୋଧ କରି କୋଟଗଡ଼ ପ୍ରାଥମିକ ଶିକ୍ଷକ ସଙ୍ଘ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବ୍ଲକ ଶିକ୍ଷା ଅଧିକାରୀ ଗଣେଶ୍ୱର ପ୍ରଧାନଙ୍କୁ ଏକ ଦାବିପତ୍ର ପ୍ରଦାନକରିଛନ୍ତି । ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ମାକାନ୍ତି ପାଲଟାସିଂ, ସମ୍ପାଦକ ଗୋକଲ ନାୟକଙ୍କ କହିବ ଅନୁସାରେ ସରକାର ଶିକ୍ଷକମାନଙ୍କ ଉପରେ ବିଭିନ୍ନ ଅଣ ଶୈକ୍ଷିକ କାର୍ଯ୍ୟକୁ ଲଦି ଦେଉଛନ୍ତି । ଯାହା ଫଳରେ ଶିକ୍ଷାର ମାନ ହ୍ରାସ ପାଉଅଛି । ଅଧିକାଂଶ ବିଦ୍ୟାଳୟର ଜଣେ ଦୁଇ ଜଣ ଶିକ୍ଷକଙ୍କୁ ନେଇ ଚାଲିଛି । ଏହି ସମୟରେ ସରକାର ବିଦ୍ୟାଳୟରେ ଶିଶୁ ବଟିକା ଭଳି କାର୍ଯ୍ୟକୁ ଶିକ୍ଷକଙ୍କ ଉପରେ ଲଦି ଦେଉଛନ୍ତି । କିନ୍ତୁ ଏଥି ପାଈଁ ଅତିରିକ୍ତ ଶିକ୍ଷକ ବ୍ୟବସ୍ଥା କରାଯାଇନାହିଁ । ଏହିସବୁ ସମସ୍ୟା ଥିବା ସତ୍ୱେ ବିଭାଗ ତରଫରୁ ୟୁଏଏସ କାର୍ଯ୍ୟକାରୀ କରିବା ପାଈଁ ନିର୍ଦେଶନାମା ଜାରିହୋଇଛି । ଉକ୍ତ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଏହି କାର୍ଯ୍ୟରେ ଶ୍ରେଣୀ ଶିକ୍ଷକ ଓ ପ୍ରଧାନ ଶିକ୍ଷକ ଦିନ ତମାମ ନିୟୋଜିତ ରହିବେ । ଏଭଳି ପରିସ୍ଥିତିରେ ଶିକ୍ଷାଦାନ କାର୍ଯ୍ୟ ବାଧା ପ୍ରାପ୍ତ ହେବ । ଏହା ଛଡ଼ା ଆମ ଅଂଚଳରେ ଏମିତି ବହୁତ ବିଦ୍ୟାଳୟ ରହିଛି ଯେଉଁଠି ନେଟୱାର୍କ ନାହିଁ । ଏଣୁ ସରକାରଙ୍କୁ ଅନୁରୋଧ ୟୁଏଏସ ଲାଗୁ କରିବା ପୂର୍ବରୁ ବିଦ୍ୟାଳୟର ଏହି ପ୍ରାଥମିକ ଆବଶ୍ୟକତା ଯଥା, ଶ୍ରେଣୀୱାରୀ ଶିକ୍ଷକ, ଶ୍ରେଣୀ ଗୃହ, ନେଟୱାର୍କ ଭଳି ଆବଶ୍ୟକତାକୁ ପୂରଣ କରି ସାରିଲା ପରେ ଏହି କାର୍ଯ୍ୟକ୍ରମକୁ ପ୍ରଚଳିତ କରନ୍ତୁ ବୋଲି ଦାବି କରିଛନ୍ତି ଶିକ୍ଷକ