ରା.ଉଦୟଗିରି(ଆକାଶ ଦାସ): ରା.ଉଦୟଗିରି ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ରା ଉଦୟଗିରି ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ l ପଂଚାୟତ ସମିତି କକ୍ଷରେ ବିଡିଓ ଲରେମାନ ଖର୍ସେଲଙ୍କ ଅଧକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ତହସିଲଦାର ଜ୍ୟୋତିର୍ମୟୀ ଦାସ, ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ ଉଦୟଭାନୁ ପ୍ରମୁଖ ମଂଚାସୀନ ଥିଲେ l ଅଗଷ୍ଟ ୧୧ ତାରିଖରୁ ମିନି ଷ୍ଟାଡିଅମ ଠାରେ ପରେଡ ଅଭ୍ୟାସ କରାଯିବା ନେଇ ପ୍ରଶାସନପକ୍ଷରୁ ସୁଚନା ମିଳିଛି l ବିଭିନ୍ନ ସ୍କୁଲ କଲେଜର ପତାକା ଉତୋଳନ ପରେ ସବୁ ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ମିନି ଷ୍ଟାଡିୟମ ଠାରେ ଉପସ୍ଥିତ ରହିବେ l ପରେ ମିନି ଷ୍ଟାଡିଅମ ଠାରେ ପତାକା ଉତୋଳନ କରାଯିବ l ବୈଠକରେ ସିଡ଼ିପିଓ ଉ ଲଳିତା ପୂଜାରୀ, ଉଚ୍ଚ ମାଧ୍ୟମିକ ଅଧକ୍ଷା ଭାରତୀ ମିଶ୍ର, ସ୍ଥାନୀୟ ସରପଞ୍ଚ ଜେମେଶ ରାଇକା, ସମସ୍ତ ସ୍କୁଲ ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ l ଏହି ଦିନର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଥିଲା ।