ଅନୁସନ୍ଧାନ ଭାରତ(ବ୍ୟୁର): ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ବିୟୋଗରେ ପିସିସି ସଭାପତି ଭକ୍ତ ଚରଣ ଦାସ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକ ବାର୍ତାରେ ପିସିସି ସଭାପତି କହିଛନ୍ତି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ, ଝାଡ଼ଖଣ୍ଡ ଆନ୍ଦୋଳନର ଜନନାୟକ ଓ ଆଦିବାସୀ ସମାଜର ସ୍ୱର, ଦିଶୋମ ଗୁରୁ ଶିବୁ ସୋରେନଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ଝାଡ଼ଖଣ୍ଡ ଆନ୍ଦୋଳନ ସମୟରେ ଗୁରୁଜୀଙ୍କ ସହ କାର୍ଯ୍ୟ କରିବାର ସୁଯୋଗ ମିଳିଥିଲା । ସଂସଦରେ ମଧ୍ୟ ତାଙ୍କ ମାର୍ଗଦର୍ଶନ ପ୍ରାପ୍ତ ହୋଇଥିଲା । ନିୟମଗିରି ଆନ୍ଦୋଳନ ସମୟରେ ମୋ ଅନୁରୋଧ ରକ୍ଷା କରି ଗୁରୁ ଶିବୁ ସୋରେନ ଭୁବନେଶ୍ୱର ଆସିଥିଲେ ଓ ଆମକୁ ସହଯୋଗ କରିଥିଲେ । ଦିବଙ୍ଗତ ଆତ୍ମାଙ୍କ ସଦଗତି ନିମନ୍ତେ ପ୍ରାର୍ଥନା କରିବା ସହ ପରିବାର ଓ ଅନୁଗାମୀମାନଙ୍କୁ ମୋର ସମବେଦନା ଜଣାଉଛି । ଝାଡ଼ଖଣ୍ଡ ଆନ୍ଦୋଳନ ଏବଂ ଆଦିବାସୀ ସମାଜର ଉନ୍ନତି ପାଇଁ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ରହିବ ।