ଟିକାବାଲି(ସାନୁଜ ବେହେରା): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଟିକାବାଲି ବ୍ଲକର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଯୋଗଦେଇ କଟିମାହା ପଞ୍ଚାୟତର ବିଭିନ୍ନ ଉନ୍ନୟନମୂକକ କାର୍ଯ୍ୟ ବୁଲି ଦେଖିଲେ I ଏହିଅବସରରେ ପଧାନପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ପରିଦର୍ଶନ କରିଥିଲେ I ବିଦ୍ୟାଳୟର ଶ୍ରେଣୀଗୃହ, ରୋଷେଇ ଗୃହ ବୁଲି ଦେଖିବାସହ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସହ ଫୋଟୋ ଉଠାଇଥିଲେ I ଏହି ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଦ୍ୟାଳୟରେ ଶ୍ରେଣୀ ଗୃହ କମ ଥିବା ହେତୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଜିଲ୍ଲାପାଳଙ୍କୁ ଜଣେଇଥିଲେ I ଏଥିରେ ଜିଲ୍ଲାପାଳ ଯଥାଶୀଘ୍ର ଶ୍ରେଣୀଗୃହ ନିର୍ମାଣ ସକାଶେ ପ୍ରତିଶୃତି ପ୍ରଦାନ କରିଥିଲେ I ଗୋଷ୍ଠୀ ଉନ୍ନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ନାରାୟଣ ଦୀକ୍ଷିତ ମଧ୍ୟ ଯଥାଶୀଘ୍ର ଶ୍ରେଣୀଗୃହ ନିର୍ମାଣ ପାଇଁ ପ୍ରଧାନ ଶିକ୍ଷକଙ୍କୁ ନିର୍ଭର ପ୍ରତିଶୃତି ପ୍ରଦାନ କରିଥିଲେ I ଏଥିସହ ବିଦ୍ୟାଳୟରେ ଖେଳପଡିଆର ଅଭାବ, ଭୋଜନ କକ୍ଷର ଅଭାବ ବିଷୟରେ ମଧ୍ୟ ଜଣାଇଥିଲେ I