କନ୍ଧମାଳ ଜିଲ୍ଲାରେ ପୁଣି ଏକ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଶବ ପହଞ୍ଚାଇବା ପାଇଁ ସହାୟତାର ହାତ ବଢାଇଲେ ବିଡ଼ିଓ ପ୍ରୀତି ରଞ୍ଜନ ରଥ..

ଦାରିଙ୍ଗବାଡି(ଆଶୋକ ସିଂ): କେତେବେଳେ କେଉଁଠାରେ ମୃତ୍ୟୁ ଘଟିବ ତାହା କାହାକୁ ବା ଜଣା ଅଛି l ଦୁର୍ଗମ ଅଞ୍ଚଳରେ ଉପଯୁକ୍ତ କାମଧନ୍ଦା ନଥିବାରୁ ରୋଜଗାର ଆଶାରେ ଦାଦନ ଖଟିବାକୁ ଶ୍ରମିକ ଶ୍ରେଣୀର ଲୋକେ ବାହାର ରାଜ୍ୟ ଯାଉଥିବା ବିଷୟ କାହାକୁ ଅଛପା ନାହିଁ । ହେଲେ କିଏ ବା ଜାଣି ଥାଏ ଟଙ୍କା ବଦଳରେ ମର ଶରୀର ଘରକୁ ଆସିବ । ରୋଜଗାର ବଦଳରେ ମୃତ୍ୟୁ ଦଣ୍ଡ ମିଳିବ । ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ଗଦାପୁର ପଞ୍ଚାୟତ ଅନ୍ତର୍ଗତ ମଣ୍ଡିପଙ୍କା ଗ୍ରାମରୁ ।
<span;>ସୂଚନା ଅନୁଯାୟୀ  ମାଣ୍ଡିପଙ୍କା ଗ୍ରାମର କୃପାନ୍ତ ନାୟକ ବୟସ ପ୍ରାୟ ୪୨ ଗତ କିଛି ଦିନ ହେବ ଦାଦନ ଖଟିବାକୁ ବାହାର ରାଜ୍ୟ କେରଳକୁ ଯାଇଥିଲେ । ସେ  କନୂର୍ ଜିଲ୍ଲାର ତାଲିପାରମ୍ବାରେ ପ୍ରବାସୀ ଦୈନିକ ମଜୁରିଆ ଶ୍ରମିକ ଭାବରେ କାମ କରୁଥିଲେ । ଗତ ୨୧/୭ /୨୦୨୫ ରିଖ ଦିନ ସେହି କାର୍ଯ୍ୟସ୍ଥଳରେ ସିମେଣ୍ଟ ବୋହି ନେଉଥିବା ବେଳେ ଖସି ପଡ଼ିଯାଇ ଥିଲେ l ଫଳରେ ତାଙ୍କ କାନ୍ଧରେ ଗଭୀର ଆଘାତ ଲାଗିଲା ଥିଲା । କେରଳର ଏକ ସ୍ଥାନୀୟ ହସ୍ପିଟାଲରେ ତାଙ୍କୁ ଚିକିତ୍ସା କରାଇବା ପାଇଁ  ଭର୍ତ୍ତି କରାଯାଇ ଥିଲା । ସେଠାରେ ଭଲ ଚିକିତ୍ସା ନ ହେବାରୁ ହତାଶ ହୋଇ ତାଙ୍କ ସହକର୍ମୀମାନଙ୍କ ଠାରୁ ଧାର ଉଦ୍ଧାର କରି ଅଧିକ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଭଡ଼ା କରି ଓଡ଼ିଶା ଅଣା ଯାଇଥିଲା । ପ୍ରଥମେ ତାଙ୍କୁ ବ୍ରହ୍ମପୁରର MKCG ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା ଏବଂ ପରେ କଟକ  SCB ମେଡିକାଲ କଲେଜକୁ ପଠାଯାଇଥିଲା । ଦୁର୍ଭାଗ୍ୟବଶତଃ ସୋମବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇ ଥିଲା । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରଯାଇଛି । ଘରେ କେହି ରୋଜଗାର କ୍ଷମ ବ୍ୟକ୍ତି ନଥିବା ବେଳେ ଅସହାୟ ହୋଇ ପଡ଼ିଛନ୍ତି ତାଙ୍କ ସ୍ତ୍ରୀ ଫିଲୋମିନା ନାୟକ ଓ ପାଞ୍ଚ ଜଣ ପିଲା ଛୁଆ । ଏପରି ଦୁଃଖଦ ଅବସ୍ଥାରେ ଘରକୁ ଉକ୍ତ ଶବ ପହଞ୍ଚାଇବା ପାଇଁ ତାଙ୍କ ସ୍ତ୍ରୀ ଫିଲୋମୀନା ସରକାରୀ ସହାୟତା ପାଇଁ କନ୍ଧମାଳ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିଥିବା ବେଳେ ଏସମ୍ପର୍କରେ ସ୍ଥାନୀୟ ବିଡ଼ିଓ ପ୍ରିତିରଞ୍ଜନ ରଞ୍ଜନ ରଥଙ୍କୁ ଜଣାଇବା ପରେ ସେ ସହାୟତାର ହାତ ବଢାଇ ଛନ୍ତି l ତୁରନ୍ତ ହରିଶ୍ଚନ୍ଦ୍ର ଯୋଜନାରୁ ୩୦୦୦(ତିନିହଜାର)  ଟଙ୍କା ପ୍ରଦାନ କରିବା ସହ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଆମ୍ବୁଲାନ୍ସ ଖର୍ଚ୍ଚ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ବିଡ଼ିଓ ଶ୍ରୀ ରଥଙ୍କ ପ୍ରତିଶୃତି ପାଇବା ପରେ ପରିବାର ଲୋକେ ତାଙ୍କୁ କୃତଜ୍ଞତା ସହ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

csp