ଜୟପୁର(ଦେବଦତ ପାଣି): ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା l ନିଜସ୍ୱ ସ୍ୱାର୍ଥ ପାଇଁ ଗ୍ରାମର କିଛି ଖଳ ପ୍ରକୃତିର ଯୁବକ ଗ୍ରୁପର ମହିଳାମାନଙ୍କୁ ଧମକ ଦେଉଥିବା ଦେଉଥିବା ଅଭିଯୋଗ କରିଛନ୍ତି ମହିଳା l ଥାନାରେ ଅଭିଯୋଗ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ l ଯାହାକୁ ନେଇ ଭୟରେ ଗ୍ରୁପର ମହିଳା l ଆତ୍ମହତ୍ୟା କରିବାକୁ ଦେଲେ ସରକାରଙ୍କୁ ଚେତାବନୀ l ସୂଚନା ମୁତାବକ ନିଜ ସ୍ୱାର୍ଥ ପୂରଣ ନ ହେବାରୁ କୋଟପାଡ଼ ବ୍ଲକ ଭନସୁଲି ପଞ୍ଚାୟତର ଲକ୍ଷ୍ମୀ ନାରାୟଣ SHG ନାଁରେ ମିଥ୍ୟା ଅଭିଯୋଗ ଆଣି ଗ୍ରୁପର ମହିଳାମାନଙ୍କୁ ବିଭିନ୍ନ ଉପାୟରେ ଭୟଭିତ କରୁଥିବା ଅଭିଯୋଗ ଆଣିଲେ SHG ଗୃପର ମହିଳା ଏବଂ ଗ୍ରାମର ଚାଷୀ l ମୋଟା ଅଙ୍କର ବଟି ସହ ଧାନର ଫଲସ ଏଣ୍ଟ୍ରି କରିବାକୁ ବାଧ୍ୟ କରୁଛନ୍ତି ଗ୍ରାମର କିଛି ଦଲାଲ l ନିଜ ସ୍ୱାର୍ଥ ପୂରଣ ନ କରିବାରୁ ଗ୍ରାମର କିଛି ଖଳ ପ୍ରକୃତିର ବ୍ୟକ୍ତି ଲକ୍ଷ୍ମୀ ନାରାୟଣ ଗ୍ରୁପ ନାମରେ ମିଥ୍ୟା ଅଭିଯୋଗ ଆଣିଥିବା କହିଛନ୍ତି ଗ୍ରୁପର ମହିଳା l ଯାହାକୁ ନେଇ ମିଡ଼ିଆ ସମ୍ମୁଖରେ ନିଜସ୍ୱ ସମସ୍ୟା ଜଣାଇବା ସହ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଗ୍ରୁପର ମହିଳା l ୫ ବର୍ଷରୁ ଉର୍ଦ୍ଧ ସମୟ ଧରି ଲକ୍ଷ୍ମୀ ନାରାୟଣ SHG ଗ୍ରୁପ ସରକାରଙ୍କ ନିୟମାନୁସାରେ ଚାଷୀଙ୍କ ଠାରୁ ଧାନ କିଣୁଥିବା ବେଳେ, ଚଳିତ ବର୍ଷ କିନ୍ତୁ ଗ୍ରାମର କିଛି ଯୁବକ ଗ୍ରୁପ ନାଁ ରେ ଅଭିଯୋଗ ଆଣିଛନ୍ତି l ଯାହାକୁ ନେଇ ତଦନ୍ତ କରାଯାଇ ପ୍ରଶାସନ ଦ୍ୱାରା ଗ୍ରୁପର ସମସ୍ତ କାଗଜ ପତ୍ର ଠିକ ଅଛି ବୋଲି ପ୍ରଶାସନ କହିଛି l ସରକାରଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ସମସ୍ତ ସମସ୍ତଙ୍କୁ ଗ୍ରୁପ ର ମହିଳାଙ୍କ ଦ୍ୱାରା ଲିଖିତ ଅଭିଯୋଗ କରାଯାଇଥିଲେ ହେଁ କୌଣସି ସୁଫଳ ମିଳିନଥିବା କହିଛନ୍ତି l ଯାହାକୁ ନେଇ ଲକ୍ଷ୍ମୀ ନାରାୟଣ ଗ୍ରୁପ ମହିଳାଙ୍କ ଆତ୍ମସନମାନ ହାନି ହୁଏ, ତା ହେଲେ ଆତ୍ମହତ୍ୟା କରିବୁ ବୋଲି ଚେତାବନୀ ଦେଇଛନ୍ତି l