ପ୍ରଧାନ ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା….

ଦାରିଙ୍ଗବାଡ଼ି( ଅଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ଅତିଦୂର୍ଗମ କାଟିଙ୍ଗିଆ ପଞ୍ଚାୟତର ସଲବା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିପିନ ବିହାରୀ ସିଂଙ୍କୁ କାଟିଙ୍ଗିଆ କ୍ଲଷ୍ଟରର ଶିକ୍ଷକ ସଙ୍ଗଠନ ପକ୍ଷରୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଅବସରରେ କାଟିଙ୍ଗିଆ କ୍ଲଷ୍ଟରର ମିଞ୍ଜାପଙ୍କା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । କ୍ଳଷ୍ଟର ସିଆର୍ ସି ସି ମହର୍ଷି ପ୍ରେମାନନ୍ଦ ଦିଗାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲର ପ୍ରଧାନ ଶିକ୍ଷକମାନଙ୍କ ମଧ୍ୟରୁ କୃଷ୍ଣ ଚନ୍ଦ୍ର ନାୟକ ଲକ୍ଷ୍ମୀ ନାରାୟଣ ମାଝୀ ସରାବ ମଲ୍ଲିକ, ବିଭୁତି ଭୁଷଣ ନାୟକ, କାଳୀ ଚରଣ ମନ୍ତ୍ରୀ, ମଞ୍ଜୁଳା ସିଂ ପ୍ରକାଶ ସଭା ସୁନ୍ଦର, କମେଶ୍ୱର କପାଟ ପାତ୍ରଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ବିପିନ ବିହାରୀ ସିଂଙ୍କୁ ଶୁଭେଛା ଜ୍ଞାପନ କରିବା ସହ ତାଙ୍କୁ ଫୁଲ ତୋଡା ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ ଏବଂ ତାଙ୍କର ଆଗାମି ଜୀବନ ସୁଖ ଶାନ୍ତି, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ କାମନା କରିଥିଲେ । ଦୁର୍ଗମ ଅଞ୍ଚଳରେ ଶିକ୍ଷା ଦାନ କରି ଅନେକ ଛାତ୍ର ଛାତ୍ରୀଙ୍କୁ ଶିକ୍ଷାର ଆଲୋକ ପ୍ରଦାନ କରିଥିବା ଶିକ୍ଷକ ଶ୍ରୀ ବିପିନ ବିହାରୀଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇକ୍ଲଷ୍ଟର ର ଶିକ୍ଷକମାନେ ତାଙ୍କ ଗୁଣ ବଖାଣି ଥିଲେ । ସେ ଗତ ମଇ ମାସ ୩୧ ତାରିଖରେ ଶିକ୍ଷକତା କାର୍ଯ୍ୟରୁ ଅବସର ଗ୍ରହଣ କରିଥିବା ବେଳେ ରବିବାର ଦିନ କ୍ଳଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ତରଫରୁ ଏହି ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।