ଶଙ୍କରାଖୋଲ ପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ….

ଚକାପାଦ(ବାଳକୃଷ୍ଣ କହଁର): ଚକାପାଦ ବ୍ଲକ ଶଙ୍କରାଖୋଲ ପଞ୍ଚାୟତରେ ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି l ଏଥିରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୈତାରୀ ପ୍ରଧାନ ସଭାପତିତ୍ୱ କରିଥିଲେ l ସରପଞ୍ଚ ଜାନକୀ ପ୍ରଧାନ, ନାଏବ ସରପଞ୍ଚ ମାଲେଶ୍ୱର କହଁର, ଏମଵିକେ ସତବନ୍ତି ଦିଗାଲ, ଏଡିଇଓ ରିତାରାଣୀ ନାୟକ ଯୋଗଦେଇଥିଲେ l କାର୍ଯ୍ୟକ୍ରମରେ ଜିଆରଏସ ଇନଚାର୍ଜ ପ୍ରମୋଦ କୁମାର ଦିଗାଲ, ଗାଁ ସାଥି ଗୋବିନ୍ଦ ଅମାତ୍ୟ, ପ୍ରଫୁଲ୍ଲ କହଁର, ସିଆରପି, ଅଙ୍ଗନବାଡି ଦିଦି ତଥା ୱାର୍ଡ ମେମ୍ବର ଉପସ୍ଥିତ ଥିଲେ l ପଞ୍ଚାୟତରେ ଥିବା ଗ୍ରାମ ଗୁଡିକ ବିଭିନ୍ନ ସମସ୍ୟା ତଥା ସରକାରଙ୍କ ତରଫରୁ ଆସୁଥିବା ଯୋଜନା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା l