ଲଗାଣ ବର୍ଷାରେ ପାଳନ ହେଲା ୭୬ ତମ ବନ ମହୋତ୍ସବ ସପ୍ତାହ, ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ…..
ଦାରିଙ୍ଗବାଡି(ଆଶୋକ ସିଂ): ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ , ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ୭୬ତମ ବନ ମହୋତ୍ସବ ସପ୍ତାହ ପାଳନ କରାଯାଇଛି । ବନ ମହୋତ୍ସବ ସପ୍ତାହ ଜୁଲାଇ ପହିଲାରୁ ଆରମ୍ଭ ହୋଇ ଥିବା ବେଳେ ଗୁରୁବାର ଦିନ ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଲଗାଣ ବର୍ଷାକୁ ଖାତିରି ନ କରି ଋଷିମାଳ ସଂରକ୍ଷିତ ଜଙ୍ଗଲ କାଟିଙ୍ଗିଆ ସେକ୍ସନର ଗୁଡ଼ିକିଆ ନିକଟସ୍ଥ ଦଡ଼ି ପଦର ଜଙ୍ଗଲର ଫାଙ୍କା ସ୍ଥାନରେ ବୃକ୍ଷ ରୋପଣ କରାଯାଇଛି । ବନାଞ୍ଚଳ ଅଧିକାରୀ ହରିହର ବେହେରାଙ୍କ ନେତୃତ୍ୱରେ ଆୟୋଜିତ ଏହି ବନ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ାରୁ ସହକାରୀ ବନ ସଂରକ୍ଷକ ମନୋରଞ୍ଜନ ବାଘ୍ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ରାହ୍ମଣୀଗାଁ ଥାନା ଆଇ ଆଇ ସି ବିଜୟ କୁମାର ହାଇବୁରୁ , ମଣ୍ଡଳ ସଭାପତି ଗଣେଷ ଡାକୁଆ, ମାନବାଧିକାର କର୍ମୀ ବିକ୍ରମ ବସ୍ତିରାୟ, ବନ ସୁରକ୍ଷା ସମିତି ସଭାପତି ଚିତ୍ର ସେନ ପାତ୍ର ସମେତ ଅଞ୍ଚଳର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି, ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଓ କାଟିଙ୍ଗିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ଜରୀଆରେ ଅଧିକରୁ ଅଧିକ ବୃକ୍ଷ ଚାରା ରୋପଣ କରି ସବୁଜ ସବୁଜିମା ପରିବେଶ ସୃଷ୍ଠି କରିବା ପାଇଁ ଅଞ୍ଚଳ ବାସୀଙ୍କୁ ଆହ୍ଵାନ ଦିଆଯାଇଥିଲା “ମା ‘ ପାଇଁ ଗଛ ଟିଏ ” ଲଗାଇବାକୁ ସହକାରୀ ବନ ସଂରକ୍ଷକ ଶ୍ରୀ ବାଗ୍ ସମସ୍ତଙ୍କୁ ଆହ୍ୱାନ କରିଥିଲେ । କଥାରେ ଅଛି ମା ର ସ୍ନେହ ବୃକ୍ଷର ଛାଇ, ସବୁବେଳେ ପାଖରେ ଥାଇ, ଗଛ ଲଗାଇବା ଧାଡିକୁ ଧାଡ଼ି, ଧରଣୀ ପିନ୍ଧିବ ସବୁଜ ଶାଢ଼ୀ । ଏଣୁ ବୃକ୍ଷ ରୋପଣ କରି ତାହାର ଯତ୍ନ ନେବା ପାଇଁ ସମସ୍ତ ନାଗରିକ ମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ରହିଛି ବୋଲି କହିଥିଲେ । ଆୟୋଜିତ କାର୍ଯକ୍ରମ ପରିଚାଳନା ରେ ବ୍ରାହ୍ମଣୀଗାଁ ବନପାଳ ଯୋଗେଶ୍ୱର ଧାରୁଆ, ଗଦାପୁର ସେକ୍ସନ ଅତିରିକ୍ତ ବନ ପାଳ ସନ୍ତୋଷ କୁମାର ପଟ୍ଟନାୟକ, କାଟିଙ୍ଗିଆ ସେକ୍ସନ ଅତିରିକ୍ତ ବନପାଳ ଆଶିଷ ପ୍ରଧାନ, ବନରକ୍ଷୀ ଶ୍ରୀରାମ ପଣ୍ଡା, ସରୋଜ ପାତ୍ର, ଇନ୍ଦ୍ରମଣି ଦିଗାଲ, ମାର୍କ ମଲ୍ଲିକ, ଗୋପାଳ ସେଠୀ ସମେତ ସମସ୍ତ ବନ ବିଭାଗ କର୍ମଚାରୀମାନେ ସହଯୋଗ କରିଥିଲେ ।