କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ରାଜ୍ୟ ସରକାରଙ୍କ ଏକ ବର୍ଷରେ ସରକାରୀ ଯୋଜନା ଗୁଡିକ ବିବରଣୀ ଲୋକଙ୍କ ପାଖରେ ପହଞ୍ଚାଇଲା ଭାରତୀୟ ଜନତା ପାର୍ଟି….

ମୋହନା(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ମୋହନା ବ୍ଲକ ଦୁର୍ଗମ ଅଞ୍ଚଳରେ ଥିବା ଗୁରୁଝୁଳୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସର ସଭା ଗୃହରେ ଗୁରୁଝୁଳୀ ଗ୍ରାମର ୫୨ ନମ୍ବର ବୁଥରେ କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ରାଜ୍ୟ ସରକାରଙ୍କ ଏକ ବର୍ଷ ଯୋଜନା ଉପରେ ଆଜି ଦିନ ଗୋଟାଏ ସମୟରେ ଆଲୋଚନା କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟି ଓଡିଶାରେ ଏକ ବର୍ଷର ସରକାରର ଉପଲବ୍ଧି ବିଷୟରେ ଲୋକଙ୍କୁ ବୁଝାଇଥିଲେ । ଆଗାମୀ ଦିନରେ ସରକାରଙ୍କ ସମସ୍ତ ଯୋଜନା କିଭଳି ଲୋକଙ୍କ ପାଖରେ ପହଞ୍ଚି ପାରିବ ତାହା ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ଓବିସି ମୋର୍ଚ୍ଚା ସଦସ୍ୟ ଜିତେନ୍ଦ୍ର କୁମାର ବେହେରା, ଅଡବା ମଣ୍ଡଳ ସଭାପତି ରାଜେନ୍ଦ୍ର ପାତ୍ର, ସାଧାରଣ ସମ୍ପାଦକ ମୁକ୍ତିମଣ୍ଡପ ଦଣ୍ଡସେନା, ଆଣ୍ଟି ରାମାରାଓ ଆଚାରୀ, ଉପସଭାପତି ମହେଶ୍ଵର ରାଉତଙ୍କ ସହ ବହୁ ସଂଖ୍ୟାରେ ମହିଳା ଓ ପୁରୁଷମାନେ ଯୋଗ ଦେଇଥିଲେ l