ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲାର ଘୁ.ଉଦୟଗିରି ସହରରେ ମହାପ୍ରଭୁଙ୍କ ରଥଯାତ୍ରା ମହାଆଡମ୍ବରରେ ଅନୁଷ୍ଠିତ ହୋଇଛି । ଏଥିପାଇଁ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇ ନିତୀ ନିର୍ଘଣ୍ଟ କରାଯାଇ ଥିଲା । ସକାଳୁ ରଥ ପ୍ରତିଷ୍ଠା କରାଯିବା ସହିତ ଗେଲାସାହୀ ତ୍ରୀନାଥ ମନ୍ଦିର ତରଫରୁ ଟାହିଆ ପ୍ରସ୍ତୁତ କରି ପଟୁଆରରେ ଅଣା ଯାଇଥିଲା । ପରେ ତିନିଠାକୁରକୁଂ ପହଣ୍ଡି ବିଜେ କରାଯିବା ପରେ ଛେରାପହଁରା ପାଇଁ କେ.ରାମାରାଓ ପାତ୍ରକୁଂ ନିମନ୍ତ୍ରଣ କରାଯିବା ସହିତ ତିନି ରଥ ରେ ଛେରାପହଁରା କରାଯାଇଥିଲା । ପ୍ରଥମେ ବଳଭଦ୍ର କଂ ରଥକୁ ଟଣା ଯାଇ ମାଉସୀ ମା ମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ମା ଶୁଭଦ୍ରାଙ୍କ ରଥକୁ କେବଳ ମହିଳା ମାନେ ଟାଣି ଥିଲେ । ଶେଷରେ ଜଗନ୍ନାଥକଂ ରଥକୁ ଶ୍ରଧାଳୁ ଟାଣି ମାଉସୀ ମା ମନ୍ଦିର ସମ୍ମୁଖରେ ଅଟକି ଥିଲା । ପରିଚାଳନା କମିଟି ତରଫରୁ ସଭାପତି ବିନୋଦ ବିହାରୀଙ୍କ ଦାଶତତ୍ୱାବଧାନରେ ଉପ ସଭାପତି ମନୋରଞ୍ଜନ ପତି, ସଂପାଦକ ଅରୁଣ କୁମାର ଷଡଗୀଂ, କୋଷାଧଖ୍ୟ ଅଶୋକ କୁମାର ପାତ୍ର, ଦଣ୍ଡପାଣି ପାଢୀ, କାଳୁ ଚରଣ ପଣ୍ଡା, ରାଜେନ୍ଦ୍ର ମହାପାତ୍ର, ଭଗବାନ ପଣ୍ଡା, ସଞୟ ଆଚାର୍ଯ୍ୟ, ସନ୍ତୋଷ ଆଚାର୍ଯ୍ୟ, ପ୍ରତାପ ପଣ୍ଡା, ସାନ୍ତନୁ ଆଚାର୍ଯ୍ୟ, ଉମା ସାମନ୍ତରାୟ, ସୋମୁ ପତି, ବାଳକ୍ରୁଷ୍ନ ପଣ୍ଡା, ସୀମାଞ୍ଚଳ ଦାଶ, ଅଚୁତ ପଣ୍ଡା, ଚନ୍ଦ୍ର କାନ୍ତ ପଣ୍ଡା, ମାନସ ପଣ୍ଡା କଂ ସହିତ ପୁରୋହିତ ସୁର୍ୟା ନାରାୟଣ ଆଚାର୍ଯ୍ୟ ସହଯୋଗ କରିଥିଲେ । ଟ୍ରାଫିକ ସମସ୍ୟାକୁ ଦ୍ରୁଷ୍ଟିରେ ରଖି ଘୁ.ଉଦୟଗିରି ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇ ଥିବା ବେଳେ ଥାନା ଅଧିକାରୀ ବିଜୟ କୁମାର ସ୍ୱାଇଁକଂ ପ୍ରତ୍ୟକ୍ଷ ତତ୍ୱାବଧାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ସ୍ୱଛାସେବୀ ଯୁବକମାନକଂ ସହିତ ଅଗ୍ନି ସେବାଶମ ବିଭାଗ କର୍ମଚାରୀମାନେ ରଥ ଟଣାରେ ସାହାଯ୍ୟ କରିଥିଲେ ।