ଇଣ୍ଟରନ୍ୟାଶନାଲ ଡେମ ବାର୍ଷିକ ସମ୍ମିଳନୀରେ ଯୋଗ ଦେଲେ ଓଡ଼ିଆ ଯନ୍ତ୍ରୀ ଇଂ ଲିଙ୍ଗରାଜ ଗୌଡ…

ଭଞ୍ଜନଗର(ନିଲୁ ବିଷୋୟୀ): ଚୀନର ଚେଙ୍ଗୁଡୁ ସହରରେ ଗତ ୧୬ରୁ ୨୩ ତାରିଖ ପର୍ଯ୍ୟନ୍ତ ୨୮ତମ ଇଣ୍ଟରନ୍ୟାଶନାଲ ଡେମ ବାର୍ଷିକ ଅଧିବେଶନ ଅନଷ୍ଠିତ ହୋଇଥିଲା । ଏଥିରେ ଭାରତରୁ ୫ଜଣ ଇଞ୍ଜିନିୟର ଯୋଗ ଦେଇଥିବା ବେଳେ ସେଥିରେ ରାଜ୍ୟ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ(ପ୍ଲାନିଂ ଓ ଡିଜାଇନ) ତଥା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ତିଲିସିଙ୍ଗି ଗ୍ରାମର ଇଂ ଲିଙ୍ଗରାଜ ଗୌଡ ଯୋଗ ଦେଇଥିଲେ । ଜଣେ ଓଡ଼ିଆ ଭାବେ ଆଇକୋଲଡର ସଦସ୍ୟ ହେବା ସହ ଚୀନ ସମ୍ମିଳନୀରେ ଯୋଗଦେଇ ଅଞ୍ଚଳ ଏବଂ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ସେ ଏହି ସମ୍ମିଳନୀରେ ଯୋଗଦେଇ ହୀରାକୁଦ ଜଳଭଣ୍ଡାର ତଳ ମୁଣ୍ଡର ବନ୍ୟା ନିୟନ୍ତ୍ରଣ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଜଳଭଣ୍ଡାର ମାଧ୍ୟମରେ ଜଳ ସଂରକ୍ଷଣ ବୃଦ୍ଧି , ସବୁଜ ଶକ୍ତି ଉତ୍ପାଦନ ବୃଦ୍ଧି ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ଜଳଭଣ୍ଡାର ମାଧ୍ୟମରେ ଲୋକଙ୍କ ଆର୍ଥିକ ମାନଦଣ୍ଡରେ କିଭଳି ଉନ୍ନତି ଆସିବ, ବନ୍ୟା ନିୟନ୍ତ୍ରଣ, ଜଳବାୟୁ ପରିବର୍ତ୍ତନକୁ କିଭଳି ମୁକାବିଲା କରାଯାଇପାରିବ ସେ ନେଇ ଆଲୋଚନା ହୋଇଥିଲା । ଏହି ଅବସରରେ ଶ୍ରୀ ଗୌଡ଼ ବିଶ୍ୱର ୩୧୪ ମିଟର ଉଚ୍ଚତା ବିଶିଷ୍ଟ ଡେମ ସୁଆଙ୍ଗ ଜିଆଙ୍ଗୋ, ହଉଜିଆଁନ୍, ଲିଜିୟାନ୍ ଦ୍ୟାମ୍ ପରିଦର୍ଶନ କରିଥିଲେ ।