ଧରାକୋଟ(ସୁନୀଲ କୁମାର ଚୌଧୁରୀ): ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ ଭବାନୀପାଟଣା ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କରିଛନ୍ତି । ଏହି ସମାରୋହର ଦୃଶ୍ୟକୁ ଅଭାସି ମାଧ୍ୟମରେ ବ୍ଲକ ପରିସରରେ ପ୍ରଦର୍ଶନ କରାଯାଇଥିଲା । ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମକୁ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିବା ବେଳେ ବି ଡି ଓ ଡେନିସ ବେହେରା, ତହସିଲଦାର ଲମ୍ବୋଦର ମାରାଣ୍ଡି, ଏବିଡିଓ ସୁଶିଲ ପଟ୍ଟନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀ ବିପିସି କୃଷ୍ଣ କାନ୍ତ ପଣ୍ଡା, ଜିଲ୍ଲା ପରିଷଦ ସଦସ୍ୟ ପ୍ରତାପ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ । ଅନ୍ତୋଦୟ ଗୃହ ଯୋଜନାରେ ଧରାକୋଟ ବ୍ଲକ ପାଇଁ 344 ଗୋଟି ଗୃହ ଅନୁମୋଦନ ପାଇଥିବା ବେଳେ ଆଜି ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଓ ଅନ୍ୟାନ୍ୟ ଅତିଥିମାନେ 320 ଜଣଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । ଏହି ଯୋଜନାରେ ଭିନ୍ନକ୍ଷମ, ବିଧବା, ଦୁରାରୋଗ୍ୟ ପୀଡ଼ିତ, ସାମାଜିକ ଅନଗ୍ରସର, ପ୍ରାକୃତିକ ବିପର୍ଯ୍ୟୟ କବଳିତ ପରିବାର, ହାତୀ ଉପଦ୍ରବ ରେ ପୀଡ଼ିତ ଓ ଘରପୋଡି ପରିବାରକୁ ଅଗ୍ରାଧିକାର ଭିତ୍ତିରେ ସାମିଲ କରାଯାଇଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବିଡିଓ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ମନରେଗା ବିଭାଗର ଅମେସ ବେହେରା ଏଥିରେ ସଂଯୋଜନା କରିଥିଲେ । ଆଜିର କାର୍ଯ୍ୟକ୍ରମରେ ସରପଞ୍ଚ, ସମିତି ସଭ୍ୟ, ସମସ୍ତ ପଞ୍ଚାୟତ ପ୍ରତିନିଧିଙ୍କ ସମେତ ଆଠ ଶହରୁ ଅଧିକ ସାଧାରଣ ଜନତା ଉପସ୍ଥିତ ରହି