ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ ହବାକ ଉଚ୍ଚ ବିଦ୍ୟାଳୟ ଠାରେ ଶନିବାର ଦିନ ପିଏମ ଶ୍ରୀ ବାର୍ଷିକ ଉତ୍ସବ ମହାସମାରୋହ ରେ ଅନୁଷ୍ଠିତ ହୋଇ ଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନ ଯୋଗ ଦେଇଥିବା ବେଳେ ବିଶେଷ ଅତିଥି ଭାବେ ଜିଲ୍ଲା ପରିଷଦ ଉପ-ସଭାପତି ସାଧବାଣୀ ନାୟକ, ମୁଖ୍ୟ ବକ୍ତା ଭାବେ ଡ଼ଃ ନଳିନୀ କୁମାର ପାଣିଗ୍ରାହୀ ଉପସ୍ଥିତ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଏନଏସି ଅଧ୍ୟକ୍ଷା ସୁଶ୍ରୀ ଦେବସ୍ମିତା ଶତ ପଥି, ପୁରାତନ ଛାତ୍ର ରମାକାନ୍ତ ମହାପାତ୍ର, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ଶିକ୍ଷକ ବଳରାମ ସାହୁ, ଅସିତ କୁମାର ସେଠୀ AEE, ଦେବାନନ୍ଦ ମଲ୍ଲିକ, ଏନ.ରାଜୁ ରାଓ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ I କାର୍ଯ୍ୟକ୍ରମରେ ପ୍ରଥମେ ଅତିଥିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା I ଶ୍ରୀ ଜଗନ୍ନାଥ ଠାକୁରଙ୍କ ଠାରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ପୁଷ୍ପ ଗୁଚ୍ଛ ଦେଇ ଅତିଥିଙ୍କ ପରିଚୟ ପ୍ରଦାନ କରାଯାଇଥିଲା I ପ୍ରଧାନ ଶିକ୍ଷକ ବିଜୟ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ମହା ସମା ରୋହରେ ପାଳିତ ହୋଇଥିବା ବେଳେ ମଞ୍ଚ ପରିଚାଳନା ବାର୍ଷିକ ବିବରଣୀ ପଠନ ଏବଂ ଧନ୍ୟବାଦ ଅର୍ପଣ କରି ଥିଲେ ବିଦ୍ୟାଳୟ ଶିକ୍ଷୟିତ୍ରୀ ସୁମିତା ରାଣୀ ଯୋଶୀରା I