ଗଞ୍ଜାମ(ସୁନୀଲ କୁମାର ଚୌଧୁରୀ): ଧରାକୋଟ ଗଡର ଜଣାଶୁଣା ଶିକ୍ଷାବିତ ସ୍ବର୍ଗତ ନଦିଆ ଚାନ୍ଦ ପଟନାୟକଙ୍କ ପୁତ୍ର ବଧୂ ତଥା ବିଶିଷ୍ଟ କୃଷିବିତ ରାମ ଶଙ୍କର ପଟନାୟକଙ୍କ ଧର୍ମପତ୍ନୀ ସରୋଜ ନଳିନୀ ପଟ୍ଟନାୟକଙ୍କ 77 ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି । ସେ ଧରାକୋଟ ଅଞ୍ଚଳରେ ଜଣେ ପରୋପକାରୀ, ମିଷ୍ଟ ଭାଷୀ ଓ ଧର୍ମ ପରାୟଣ ମହିଳା ଭାବରେ ସବୁଠି ବେଶ ପରିଚିତ ଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଜ୍ୟେଷ୍ଟ ପୁତ୍ର ସୌମେନ୍ଦ୍ର, ଦୀପ୍ତି ରଞ୍ଜନ, ପୁତ୍ର ବଧୂ ବିଜୟଲକ୍ଷ୍ମୀ, ସବିତା, ଝିଅ ସୁଧାଂଶୁବାଳା, ନାତି ସାଇ ଶଙ୍କର, ରବି ଶଙ୍କର, ନାତୁଣୀ ପଦ୍ମାଳୟା ଓ ସ୍ମୃତି ରାଣୀ ଉପସ୍ଥିତ ରହିଥିଲେ । ପୁରୀ ସ୍ଵର୍ଗଦ୍ଵାର ଠାରେ ତାଙ୍କର ଶବ ସତ୍କାର କରାଯାଇଥିଲା । ତାଙ୍କର ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।