ବାଲିଗୁଡା(ସିବନ୍ତ ଦିଗାଲ): ବାଲିଗୁଡାର ଅଧିଷ୍ଠାତ୍ରୀ ଦେବୀ ମା ପାଟଖଣ୍ଡାଙ୍କ ଠାକୁରାଣିଯାତ୍ରା ନିମନ୍ତେ ପୂର୍ବପ୍ରସ୍ତୁତି ବୈଠକ. ଅନୁଷ୍ଠିତ ହୋଇଯାଇଛି l ଏହି ଯାତ୍ରା ମା ପାଟଖଣ୍ଡା ଦୁର୍ଗା ପୂଜା ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ହେବା ନେଇ ସମିତିର ସଭାପତି ଲଳିତ ପାତ୍ର, ସମ୍ପାଦକ ଶିବରାମ ପ୍ରଧାନୀ କୋଷାଧକ୍ଷ ଅଶୋକ କୁମାର ସାହୁ ଓ ଉପଦେଷ୍ଟା ଡା ବିଚିତ୍ରା ନନ୍ଦ ଆଚାର୍ଯ୍ୟ, ଗଙ୍ଗାଧର ଭୋଇ ଓ ପବିତ୍ର ମୋହନ ପାଢୀ, ସୁଜିତ କମାର ପାଳ ଉପସ୍ଥିତ ରହି ସାମ୍ବାଦିକ ମାନଙ୍କୁ ସୁଚନା ଦେଇଛନ୍ତି । ଠାକୁରାଣିଯାତ୍ରା ନିମନ୍ତେ ଏପ୍ରିଲ ୨୨ ତାରିଖରେ ଶୁଭଖୁଣ୍ଟି ସ୍ଥାପନ, ମେ ୬ ତାରିଖ ମଙ୍ଗଳବାର ଦିନ ଠାରୁ ଆରମ୍ଭ ହୋଇ ଜୁନ ୨ ତାରିଖ ସୋମବାର ପର୍ଯ୍ୟନ୍ତ ୨୮ ଦିନ ଧରି ଚାଲିବ l ମେ ୬ତାରିଖରେ ମା କନକଦୁର୍ଗା ନୁଆସାହି, ଡେଙ୍ଗସିଲ, ବରାଳଦେବୀ ଓ ମା ମହାମାୟୀଙ୍କ ଠାରୁ ଆଜ୍ଞାମାଳ ଆଣି ସଂନ୍ଧ୍ୟାରେ ମା ପାଟଖଣ୍ଡା ଚାରିଭଉଣିଙ୍କୁ ଧରି ମହା ପଟୁଆରରେ ଅସ୍ଥାୟୀ ପିଠ ବରାଳ ଦେବୀ ମନ୍ଦିର ପ୍ରାଙ୍ଗଣକୁ ଯିବେ ଓ ତା ପରଠାରୁ ବିଶ୍ରାମ ଦିନ ବ୍ୟତିତ ପ୍ରତ୍ୟେକ ଦିନ ସାହି ସାହି ବୁଲିବେ । ଯାତ୍ରା ସମୟରେ ଅପେରା, ମେଲୋଡି ସହ ସ୍ଥାନୀୟ କଳାକାରଙ୍କୁ ସୁଯୋଗ ଦେବା ସହ ପରମ୍ପରା ସହିତ ଜଡିତ କାର୍ଯ୍ୟକ୍ରମ ବି କରିବାର ଧାର୍ଯ୍ୟ କରାଯାଇଛି । ଏଥି ନିମନ୍ତେ ସବୁ ସାହି କମିଟି ସହ ସାହିକୁ ସାହି ଯାଇ ଆଲୋଚନା କରାଯିବ ଓ ପ୍ରତ୍ୟେକ ସାହି ଏବଂ ସହରକୁ ଆଲୋକ ତୋରଣ ଏବଂ ସଫାରଖି ସାଜସଜା କରି ଯାତ୍ରାକୁ ସଫଳ କରିବାକୁ ଅନୁରୋଧ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି l