ରାୟଗଡ଼( ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକରେ ଦିନରେ ବାଲି ଚାଲାଣ ହେଉଥିବା ଦେଖିବାକୁ ମିଳୁଛି । ଏହା ପୁଣି ଚୋରାରେ । ଏଠାରେ ବାଲି ମାଫିଆମାନଙ୍କ ହାଇକୋର୍ଟର ନିର୍ଦ୍ଦେଶକୁ ନା ଖଣି ବିଭାଗକୁକୁ ଡର । ଏଠି କହାକୁ ଖାତିର ନ କରି ଦିନରେ ବିନା ରୟାଲ୍ଟିରେ ବାଲି ଚାଲାଣ ହେଉଥିବା ଦେଖିବାକୁ ମିଳୁଛି l ରାୟଗଡ଼ ବ୍ଲକର ବହୁ ଅଞ୍ଚଳ ଦେଇ ପ୍ରବାହିତ ହେଉଛି ମହେନ୍ଦ୍ର ତନୟା ନଦୀ ଯାହାକି ରାୟଗଡ, ବୁରୁଜାଙ୍ଗ, ରଘୁନାଥପୁର କରଡ଼ାସିଂ ଓ ସରଡ଼ା । ଏହି ଗାଁ ଗୁଡ଼ିକର ନଦୀ ତଟରୁ ପ୍ରତିଦିନ ଦିନ ସାରା ଟ୍ରାକ୍ଟର ଯୋଗେ ବାଲି ଚାଲାଣ ହେଉଅଛି । ଏହି ଖବର ଖଣୀ ବିଭାଗ ଅଧିକାରୀଙ୍କ ନଜରରେ ରହିଛି କିନ୍ତୁ ବିଭାଗ ନୀରବ l ବୁରୁଜାଙ୍ଗ ନଦୀ ପାଠାରୁ ବାଲି ଉଠାଇବା ପାଇଁ ଜଣେ ବ୍ୟକ୍ତି ଲିଜ ଅନୁମତି ପାଇଛନ୍ତି l ତାହା ରୋୟାଲ୍ଟି ଦେଇ ଦିନ ସମୟରେ ବାଲି ଚାଲାଣ ନ କରି ରାତି ସମୟରେ ବାଲି ନେବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଧେଶ ଥିଲାବେଳେ ଏଠାରେ ଖୁଲାମ୍ ଖୁଲା ନିୟମକୁ ନ ମାନି ବାଲି ମାଫିଆମାନେ ରାୟଗଡ, କରଡାସୀଙ୍ଗି, ଓ ସରଡାରୁ ଦିନ ବେଳା ବାଲି ବାହାର କରି ବିକ୍ରି କରୁଥିବାର ଦେଖିବାକୁ ମିଳୁଛି । କିଛିଦିନ ପୂର୍ବେ ଖଣି ବିଭାଗ ଅଧିକାରୀ ଉକ୍ତ ଅଞ୍ଚଲରେ ପେଟ୍ରଲିଂ କରି କେତୋଟି ଚୋରାରେ ବାଲି ଚାଲାଣ ହେଉଥିବା ଟ୍ରାକ୍ଟରକୁ ଧରି ଥାନାକୁ ନେଇ ଜରିମାନା ଆଦାୟ କରି ଥିଲେ l ଏହି ଘଟଣା ପରେ ଖଣି ବିଭାଗ ଓ ପୁଲିସ ସହ ବାଲି ମାଫିଆମାନଙ୍କ କଣ ସମ୍ପର୍କ ଗଢ଼ି ଉଠିଲା ଯେ ଦିନରେ ବାଲି ଚାଲାଣ କରିବାକୁ ମଫିଆମାନେ ଆଉ ଭୟ କରୁ ନାହାନ୍ତି । ବର୍ତମାନ ଖୁଲମ ଖୁଲା ବାଲି ଚାଲାଣ ହେଉଥିଲେ ମଧ୍ୟ ବିଭଗର ଅଧିକାରୀଙ୍କ ଦେଖା ମିଳୁନାହିଁ । ବୁରୁଜାଙ୍ଗ ନଦୀ ପଠାରୁ ବାଲି ଉଠାଇବା ପାଇଁ ଟେଣ୍ଡର ହୋଇଛି ହେଲେ ରଘୁନାଥପୁର, ସରଡା, କରଡ଼ାସିଂ, ରାୟଗଡ଼ ନଦୀ ଟେଣ୍ଡର ହୋଇ ନ ଥିବା ବେଳେ ବାଲି ଉଠୁଛି କେମିତି ବୋଲି ପ୍ରଶ୍ନ ଉଠୁଛି l ମାଫିଆମାନଙ୍କ ସହ ଖଣି ବିଭାଗ ଓ ପୁଲିସ ମଧ୍ୟରେ ଭିତରି କଣ ବୁଝା ବଣା ରହିଛି ଯେ ଦିନରେ ଚୋରା ଚାଲାଣ ବାଲି ଗାଡ଼ି ଖୁଲମ ଖୋଲା ବିନା ରୟାଲଟିରେ ଦିନର ନେବା ପାଇଁ ସାହସ କରୁଛନ୍ତି ବୋଲି ଅଞ୍ଚଳରେ ମତ ପ୍ରକାଶ ପାଇଛି । ବାଲି ଚାଲାଣକୁ ନେଇ ଏକ ନିର୍ଦ୍ଧେଶ ରହିଛି l ଯାହା ଦିନ ସମୟରେ ବାଲି ଚାଲାଣ ନ କରି ରାତି ସମୟରେ ବାଲି ନେବା ପାଇଁ ଅନୁମତି ଥିଲାବେଳେ ଏଠାରେ ନିୟମକୁ ମାନୁ ନାହାଁନ୍ତି l କିଛିଦିନ ପୂର୍ବେ ଖଣି ବିଭାଗ ଅଧିକାରୀ ଉକ୍ତ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ଦେଖିବାକୁ ମିଳୁଥିଲା l ବର୍ତମାନ ଖୁଲମ ଖୁଲା ବାଲି ଚାଲାଣ ହେଉଥିଲେ ମଧ୍ୟ ବିଭଗର ଅଧିକାରୀଙ୍କ ଦେଖା ମିଳୁନାହିଁ । ବୁରୁଜାଙ୍ଗ ନଦୀ ପଠାରୁ ବାଲି ଉଠାଇବା ପାଇଁ ଟେଣ୍ଡର ହୋଇଛି ହେଲେ ରଘୁନାଥପୁର, ସରଡା, କରଡ଼ାସିଂ, ରାୟଗଡ଼ ନଦୀ ଘାଟରୁ ବାଲି ଉଠାଇବା ପାଇଁ ଟେଣ୍ଡର ହୋଇନଥିବା ବେଳେ ବାଲି ଉଠୁଛି କେମିତି ବୋଲି ପ୍ରଶ୍ନ ଉଠୁଛି ।