କୋଟଗଡ ବନାଞ୍ଚଳ ଲାଗୁଛି ନିଆ, ଦିନ ଦୁଇପହରେ ତାଲାମାରି ରହୁଛନ୍ତି ବନଅଧିକାରୀ..

ବାଲିଗୁଡା(ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ କଟୋଗଡ ବନାଞ୍ଚଳ ସୁବର୍ଣ୍ଣଗିରି ଠାରେ ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ କିନ୍ତୁ ବନଅଧିକାରୀ ଦିନ ଦୁଇପହରେ ତାଲା ମାରି ଏସି ରୁମରେ ଶୋଇପଡ଼ୁ ଥିବା ଅଭିଯୋଗ କରିଛନ୍ତି ଅଞ୍ଚଳ ବାସୀ । ଏନେଇ ଗଣମାଧ୍ୟ୍ୟମ ପ୍ରତିନିଧିମାନେ ପଚାରିଲେ ନାଲିଆଖି ଦେଖାଉଛନ୍ତି ଏବଂ ପିଲା ଫିଲଡ଼କୁ ଯାଇଛନ୍ତି ବୋଲି କହି ଫୋନରେ କଥା ହେଉଛନ୍ତି କୋଟଗଡ ବନାଧିକାରୀ । ଏଠାରେ ପ୍ରଶ୍ନ ଉଠୁଛି ଯଦିବା ବନ କର୍ମଚାରୀମାନେ ଫିଲ୍ଡିକୁ ଯାଉଛନ୍ତି ତେବେ ଜଙ୍ଗଲରେ କିପରି ନିଆ ଲାଗୁଛି ? କଣ ନିଆ ଲାଗିଥିବା ଦେଖିକି ନିଆ ଲିଭଉନାହାନ୍ତିକି ? ଜଙ୍ଗଲ ସୁରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ଏହି ପରି ବନଅଧିକାରୀମାନଙ୍କ ପାଇଁ ସରକାରଙ୍କ ଟଙ୍କା ପାଣିରେ ମିଶିଯାଉଛି । ବାଲିଗୁଡା ବନଖଣ୍ଡର ଗଡା ଅଞ୍ଚଳରେ ହଜାର ହଜାର ଶୁଖିଲା ଗଛ ଛିଡା ହେଇଥିବାର ଦେଖିବାକୁ ମିଛୁଳି କିନ୍ତୁ କଟୋଗଡ ବନଅଧିକାରୀ ସବୁ ଜାଣିଶୁଣି ଚୁପ ବସିଛନ୍ତି । କଣ କୋଟଗଡ ବାନଅଧିକାରୀ କାଠ ଦଲାଲ ମାନଙ୍କ ଠାରୁ ଲାଞ୍ଚ ନେଉଛନ୍ତିକି ? କନ୍ଧମାଳ ଜିଲ୍ଲାର କୋଟଗଡ ବ୍ଲକଟି ରାୟଗଡା ଜିଲ୍ଲା ସୀମାରେ ଅବସ୍ଥିତ ହେଇଥିବାରୁ ଅନ୍ୟ ରାଜ୍ୟ ବା ଅନ୍ୟ ଜିଲ୍ଲାରେ ଚୋରା କାଠ ବିକ୍ରି ହେଉ ଥିବା ଅଂଚଳ ବାସୀ ଅଭିଯୋଗ କରିଛନ୍ତି l ତେଣୁ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେବା ପାଇଁ ଦାବୀ କରିଛନ୍ତି ସ୍ଥାନୀୟ ବାସିନ୍ଧା l