ଶିଳ୍ପ ବିହୀନ କନ୍ଧମାଳ ଜିଲ୍ଲାର ହେବ ବିକାଶ, ପୁଞ୍ଜି ନିବେଶ କାରୀ ସଂସ୍ଥା ଦ୍ୱାରା ସୃଷ୍ଠି ହେବ ୪ ହଜାର ନିଯୁକ୍ତି କହିଲେ: ଜିଲ୍ଲାପାଳ ଅମ୍ରିତ ଋତୁରାଜ

ଦାରିଙ୍ଗବାଡ଼ି(ଆଶୋକ ସିଂ): ଶିଳ୍ପ ବିହୀନ କନ୍ଧମାଳ ଜିଲ୍ଲା ର ସାମଗ୍ରିକ ବିକାଶ କରିବା ପାଇଁ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଓ ଜିଲ୍ଲାପାଳ ଅମ୍ବ୍ରିତ ଋତୁରାଜଙ୍କ ସ୍ଵତନ୍ତ୍ର ଉଦ୍ୟମରେ ଓଡ଼ିଶା ସରକାରଙ୍କ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ପାଇଁ ଓଡ଼ିଶାର ପ୍ରଥମ ଜିଲ୍ଲା ଭାବେ ଉଦାହରଣ ସୃଷ୍ଠି କରିପାରିଛି । ଜିଲ୍ଲାପାଳ ଶ୍ରୀ ଋତୁରାଜଙ୍କ ଅଧ୍ୟକ୍ଷତାରେ ଦାରିଙ୍ଗବାଡ଼ି ଇକୋ ରିଟ୍ରିଟରେ ଚାଲିଥିବା ଦୁଇ ଦିନିଆ ଇନ୍‌ଭେଷ୍ଟ କନ୍ଧମାଳ-୨୦୨୫ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ଏହି ଦୁଇ ଦିନ ସମ୍ମିଳନୀରେ ପ୍ରାୟ ୯୦ରୁ ଊର୍ଦ୍ଧ୍ୱ ପୁଞ୍ଜି ନିବେଶକାରୀ ଯୋଗଦାନ କରିଥିବା  ଏବଂ ସେମାନଙ୍କ ମଧ୍ୟରୁ ୨୯ ଜଣ ପୁଞ୍ଜି ନିବେଶକାରୀ ୫ ଶହ ୪୦ କୋଟି ନିବେଶ କରିବେ ବୋଲି ଜିଲା ପ୍ରଶାସନ ନିକଟରେ ପ୍ରସ୍ତାବ ରଖିଛନ୍ତି । ଯାହାକି ଅଞ୍ଚଳର ବିକାଶ ସହ ଏଥିରେ ପ୍ରାୟ ୪ ହଜାର ନିଯୁକ୍ତି ସୃଷ୍ଟି ହୋଇ ପାରିବ ବୋଲି ଜିଲାପାଳ ଅମ୍ରିତ ଋତୁରାଜ ଆଶା ପ୍ରକଟ କରିଛନ୍ତି । ଜିଲାପାଳ କହିଛନ୍ତି ଯେ ନିବେଶକାରୀମାନଙ୍କ ସହ ଆଲୋଚନା ସରିଛି l ପ୍ରଶାସନ ସେମାନଙ୍କୁ ଆବଶ୍ୟକ ସୁବିଧା ଯୋଗାଇଦେବ ବିଶେଷ କରି ନିବେଶକାରୀମାନେ ୨ ଦିନ ଧରି ଦାରିଙ୍ଗବାଡ଼ି ସମେତ ଅନ୍ୟ ବ୍ଲକଗୁଡିକ ବୁଲି ପ୍ରଶାସନ ଦ୍ୱାରା ଯୋଗାଇଦେବାକୁ ରହିଥିବା ଜମିଗୁଡିକ ବୁଲି ଦେଖିଥିଲେ । ନିବେଶକାରୀ ଯେଉଁ ଜମି ଆବଶ୍ୟକ ତାହା ପ୍ରଶାସନ ପକ୍ଷରୁ ଯୋଗାଇଦେବାକୁ ସମସ୍ତ ବନ୍ଦୋବସ୍ତ କରାଯାଇଥିବା ଜିଲାପାଳ କହିବା ସହ ସେମାନଙ୍କ ବ୍ୟବସାୟକୁ ସୁଚାରୁରୂପେ ପରିଚାଳନା ପାଇଁ ପ୍ରଶାସନ ବ୍ୟବସ୍ଥା କରିବ ବୋଲି କହିଥିଲେ । ସେ ଆହୁରି କହିଥିଲେ ଯେ କନ୍ଧମାଳରେ ଯେଉଁ ରୋଜଗାରର ସୁଯୋଗ ରହିଛି ତାକୁ କାର୍ଯ୍ୟକାରୀ କରିବା ପାଇଁ ଜିଲାପ୍ରଶାସନ ଏହି କର୍ମଶାଳାର ଆୟୋଜନ କରିଥିଲା । ଏହା ଦ୍ୱାରା ଉଦ୍ୟୋଗୀ ତଥା ପୁଞ୍ଜି ନିବେଶକାରୀ କନ୍ଧମାଳକୁ ଆସିବେ ଓ ଏହାର ବିକାଶ ଧାରାରେ ସାମିଲ ହେବେ ବୋଲି ସେ କହିଥିଲେ । ଏଗ୍ରୋ ଟୁରିଜିମ୍‌, ଖାଦ୍ୟ ପ୍ରସ୍ତୁତିକରଣ, ପର୍ଯ୍ୟଟନ, ହସ୍ପିଟାଲିଟି କ୍ଷେତ୍ରରେ ପୁଞ୍ଜି ନିବେଶ କରିବାକୁ ଅଧିକ ଆଗ୍ରହ ପ୍ରକାଶ ପାଇଛି । ଯାହାକି ପ୍ରଶାସନ ବିଦ୍ୟୁତ, ଜମି, ଜଳ ଆଦି ଯୋଗାଇଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି । ଯେତିକି ନିବେଶକାରୀ କର୍ମଶାଳାରେ ଯୋଗଦାନ କରିଥିଲେ ଆଉ ଯେଉଁମାନେ କରିନାହାନ୍ତି ସେମାନେ ମଧ୍ୟ କନ୍ଧମାଳକୁ ଆସି ପୁଞ୍ଜି ନିବେଶ କରିବେ ଓ ଏଥିପାଇଁ ସେମାନେ ଜିଲାପ୍ରଶାସନ ସହ ଯୋଗାଯୋଗରେ ରହିଥିବା କହିଥିଲେ l