ଭଞ୍ଜନଗର ରାଜସ୍ୱ ଉପଖଣ୍ଡର ଉପଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ…

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ରାଜସ୍ୱ ଉପଖଣ୍ଡର ଉପଜିଲ୍ଲାପାଳ ଭାବେ ଉମା ଶଙ୍କର ବେହେରା ଦାୟିତ୍ୱ ଗ୍ରହଣ କରିଛନ୍ତି ।.ଏହା ପୂର୍ବରୁ ଶ୍ରୀ ବେହେରା ସ୍ଥାନୀୟ ତହସିଲଦାର ଭାବେ କାଯ୍ୟ କରୁଥିଲେ ।  ପୂର୍ବ ଉପଜିଲ୍ଲାପାଳ ଅନୀଲ କୁମାର ସେଠୀଙ୍କ ସରକାରୀ ମୁଖ୍ୟ ସଚେତକଙ୍କ ପ୍ରାଇଭେଟ ସେକ୍ରେଟାରୀ ଭାବେ ବଦଳି ହେବା ପରେ ଶ୍ରୀ ବେହେରା ବୁଧବାର ନୂତନ ଉପଜିଲ୍ଲାପାଳ ଭାବେ ଯୋଗଦାନ କରିଛନ୍ତି । ଉପଖଣ୍ଡର ସମସ୍ତ ବିଭାଗ ଓ ଅଧିକାରୀଙ୍କ ମଧ୍ୟରେ ଉଚିତ ସମନ୍ୱୟ ରକ୍ଷା କରି କାଯ୍ୟ କରିବା ସହ ଉନ୍ନୟନ ମୂଳକ କାର୍ଯ୍ୟ ଓ ଆଇନ ଶୃଙ୍ଖଳା ଏବଂ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାରୁ ଜନସାଧାରଣ କିଭଳି ଉପକୃତ ହୋଇପାରିବେ ଏହାକୁ ପ୍ରାଥମିକତା ଦିଆଯିବ। ସେହିପରି ତୃଣମୂଳସ୍ତରର ଲୋକଙ୍କୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ ଦିଗରେ ପ୍ରଶାସନ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି । ଦାୟିତ୍ୱ ଗ୍ରହଣ ପରେ କାଯ୍ୟାଳୟ କର୍ମଚାରୀଙ୍କ ସମେତ ବିଭିନ୍ନ ବର୍ଗର ନେତୃବୃନ୍ଦ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।