କାଳ ବୈଶାଖୀରେ ଉଡ଼ିଲା ଛପର, ସହାୟତା ଅପେକ୍ଷାରେ ହିତାଧିକାରୀ….

ଦାରିଙ୍ଗବାଡି(ଅଶୋକ ସିଂ): ଗତ ରାତ୍ରୀରେ କାଳ ବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି I ଏପରି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ମଣିପୁର ଅଞ୍ଚଳରେ । ବିଳମ୍ବିତ ରାତିରେ ହଠାତ ବର୍ଷା ଓ ପବନ ଯୋଗୁ ଏକାଧିକ ଲୋକଙ୍କ ଘରର ଛପର ଉଡିବା ସହ ଆଜବେଷ୍ଟସ ଉଡି ଭାଙ୍ଗି ନଷ୍ଟ ହୋଇଛି । ସୂଚନା ଯେ ପ୍ରତିଦିନ ଭଳି ଲୋକମାନେ ରାତିରେ ଖାଇ ପିଇ ଶୋଇପଡ଼ିଥିଲେ । ହଠାତ ବିଳମ୍ବିତ ରାତିରେ କେହି କିଛି ବୁଝିବା ଆଗରୁ ପ୍ରବଳ ବେଗରେ ପବନ ବୋହିବା ସହ ବର୍ଷା ହୋଇଥିଲା । ଫଳରେ ଉକ୍ତ ଗ୍ରାମର ମାଙ୍ଗେରା ପ୍ରଧାନ, ରୁପେନ୍ଦ୍ର ପ୍ରଧାନ, ସୁକିରାମ ପ୍ରଧାନ, ପପୁ ପ୍ରଧାନ, ଦିବ୍ୟାଙ୍ଗ ବ୍ୟକ୍ତି ରାଧାନାଥ ପ୍ରଧାନଙ୍କ ଘରର ଛପର ଉଡିବା ସହ ବର୍ଷା କାରଣରୁ ଘରର ଅନେକ ଖାଦ୍ୟ ସାମଗ୍ରୀ ସହ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ ହୋଇଯାଇଛି । ସେମାନେ ଏବେ ବେସାହାରା ହୋଇ ରହିଛନ୍ତି । ମଣିପୁର ଗ୍ରାମଟି କନ୍ଧମାଳ ଓ ଗଞ୍ଜାମ ସୀମାବର୍ତ୍ତୀ ଅଞ୍ଚଳରେ ରହିଛି। ସବୁ ଉଜୁଡି ଯିବା ପରେ କ୍ଷତି ଗ୍ରସ୍ତ ପରିବାର ଲୋକେ ପ୍ରଶାସନର ସହାୟତା ଅପେକ୍ଷାରେ ରହିଛନ୍ତି ।