ନେତାଜୀ କ୍ଳବ ତରଫରୁ କଳା ଦିବସ ପାଳିତ….

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଧରାକୋଟ ସହର ତଥା ଦକ୍ଷିଣ ଓଡ଼ିଶାର ମନ୍ଦିର ମାଳିନୀ ସବୁଜ ବନାନୀ ସ୍ଥାନ,ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ, ନେତାଜୀ ଯୁବକ ସଂଘ ପକ୍ଷରୁ ପୁଲୱାମା ଆକ୍ରମଣରେ ସହିଦ ବୀର ଯବାନଙ୍କ ଉଦେଶ୍ୟ ଓ ହିନ୍ଦୁସ୍ତାନର ବୀର ଯବାନଙ୍କ ବଳିଦାନକୁ ଦିବସକୁ କଳା ଦିବସ ରୂପେ ଦେଶ ବାସୀ ପାଳନ ପାଇଁ ଆହ୍ୱାନ ଦେଇ କୃଷ୍ଣ ସିହଂ ପାଠାଗାର ନିକଟରୁ ଆରମ୍ଭ ହୋଇ ଧରାକୋଟ ସହର ପରିକ୍ରମା କରି ଗାନ୍ଧୀ ଛକ ପର୍ଯ୍ୟନ୍ତ ଶୋଭାଯାତ୍ରା ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରି ଏକ ଶୋଭଯାତ୍ରାରେ ଆସି ସହିଦଙ୍କ ସ୍ମୃତି ଚାରଣ କରିବା ସହିତ କ୍ୟାଣ୍ଡେଲ୍ ଜାଳି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହି ଅବସରରେ ନେତାଜୀ ଯୁବକ ସଂଘର ସଭାପତି ସୁନୀଲ କୁମାର ଚୌଧୁରୀଙ୍କ ସମେତ ସମସ୍ତ କର୍ମକର୍ତ୍ତା ତଥା କୁନା ସ୍ୱାଇଁ, ଶିବ ବାରିକ, ମୁନା ବେହେରା, ସୁରେଶ ନାଇକ, ଅଭୟ ସ୍ୱାଇଁ, ସୋନୁ ଗୌଡ଼ ଓ କ୍ଲବର ମେଜର ଯୋଗ ଦେଇଥିଲେ ।