ନୂତନ ଥାନାଧିକାରୀଙ୍କ ଦାୟିତ୍ବ ଗ୍ରହଣ…

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଥାନାରେ ଶୁକ୍ରବାର ନୂତନ ଥାନାଧିକାରୀ ଭାବେ ଜୀବନାନନ୍ଦ ଜେନା ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ଜେନା ପୂର୍ବରୁ ସିଆଇଡି ଅପରାଧ ଶାଖାରେ କାର୍ଯ୍ୟରତ ଥିଲେ । ଏଥି ପୂର୍ବରୁ କାର୍ଯ୍ୟରତ ଥାନାଧିକାରୀ କୁମର ମୁଦୁଲିଙ୍କ ଗଞ୍ଜାମ ଜିଲ୍ଲା ରମ୍ଭା ଥାନାକୁ ବଦଳି ହୋଇଛି । ଟ୍ରାଫିକ ନିୟନ୍ତ୍ରଣ, ଅସାମାଜିକ କାଯ୍ୟ କଳାପ ଉପରେ ତୀକ୍ଷ୍ମ ନଜର, ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ଜନସାଧାରଣଙ୍କୁ ଉତ୍ତର ବ୍ୟବହାର ପ୍ରଦର୍ଶନ ଏବଂ ସମସ୍ୟା ଗୁଡ଼ିକର ସମାଧାନ ଉପରେ ଗୁରୁତ୍ୱ ଦିଆଯିବ ବୋଲି ନୂତନ ଥାନାଧିକାରୀ ଶ୍ରୀ ଜେନା ପ୍ରକାଶ କରିବା ସହିତ ଅଞ୍ଚଳ ବାସୀଙ୍କ ସହଯୋଗ କାମନା କରିଛନ୍ତି । ଦାୟିତ୍ବ ଗ୍ରହଣ ପରେ ଥାନାର ସମସ୍ତ କର୍ମଚାରୀଙ୍କ ସମେତ ଅଞ୍ଚଳର ବିଭିନ୍ନ ବର୍ଗର ନେତୃବୃନ୍ଦ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଛନ୍ତି ।