ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦର ମହକୁମା ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ନିପୂଣ ଓଡିଶା ମେଳା ତଥା ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବେ ଡାଈଟ ଗଜପତିର ଶିକ୍ଷୟତ୍ରୀ ସୋନାଲି ରାଉତ, ସମ୍ମାନିତ ଅତିଥି ଭାବରେ ABEO ଏସ.ପାପାରାଓ, ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ନିପୁଣ ଓଡିଶା ମେଳା କାର୍ଯ୍ୟକ୍ରମରେ ରାୟଗଡ କ୍ଲଷ୍ଟରରେ ଥିବା ପ୍ରତ୍ୟେକ ସ୍କୁଲ ଗୁଡିକରେ ଦଶ ଜଣ ଛାତ୍ରଛାତ୍ରୀ, ଦଶଜଣ ଅଭିଭାବକ ଓ ଜଣେ ଶିକ୍ଷକଙ୍କୁ ନେଇ ନିପୁଣ ଓଡିଶା ମେଳା ବା ମୌଳିକ ସ୍ବାକ୍ଷରତା ଓ ସାଂଖ୍ୟ ଜ୍ଞାନ (ଏଫ୍.ଏଲ.ଏନ) ଶିକ୍ଷଣ ସାମଗ୍ରୀର ପ୍ରଦ୍ରଶନ ମେଳା ଅନୁଷ୍ଠିତ ହୋଇଯାଇଛି ।ଜିରାଙ୍ଗ, ଡମ୍ବାଳ, ଲକ୍ଷ୍ମୀପୁର, କଇଁପୁର, ଲୋବା, ଜଲାଙ୍ଗ, କରଡ଼ାସିଂ, ନାରାୟଣପୁର, ମାର୍ଲବା, ଗଙ୍ଗାବାଡ ଓ ଗଣ୍ଡାହାତି କ୍ଲଷ୍ଟରରେ ଏହି ଭଳି କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ସମସ୍ତ ସି.ଆର.ସି.ସି ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।