ବ୍ଲକ ସ୍ତରୀୟ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ…

ରା.ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲା ରା ଉଦୟଗିରି ଶିବ ମନ୍ଦିର ପଡିଆଠାରେ। ବ୍ଲକ ସ୍ତରୀୟ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଅଶୋକ କୁମାର ପଟ୍ଟନାୟକ, ସ୍ଥାନୀୟ ବିଡିଓ ଲରିମନ ଖର୍ସଲ, ବ୍ଲକ ଅଧ୍ୟକ୍ଷ ଲଷ୍ମୀ ନାରାୟଣ ଶବର, ବିଧାୟକ ପ୍ରତିନିଧି ଗୋପାଳ କୃଷ୍ଣ ଦଳାଇ, ସିଡ଼ିପିଓ ଲଳିତା ପୂଜାରୀ ଓ ଜିଲ୍ଲା ପ୍ରକଳ୍ପ ମ୍ୟନେଜର ତପନ କୁମାର ବାହୁବଳେନ୍ଦ୍ର ପ୍ରମୁଖ ମଞ୍ଚାସୀନ ଥିଲେ l ଏହି ଯୋଜନା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଖୋର୍ଦ୍ଧା ଜିଲ୍ଲାଠାରୁ ଶୁଭାରମ୍ଭ ହୋଇଯାଇଛି ଓ ଜିଲ୍ଲାର ବ୍ଲକର ଅଧିକାରୀମାନଙ୍କୁ ମାର୍ଗଦର୍ଶୀକା ପୁସ୍ତକ ପ୍ରଦାନ ଅରାଯାଇଛି । ଫେବୃଆରୀ ୧୫ ତାରିଖ ସୁଦ୍ଧା ଆଞ୍ଚଳିକ ସମସ୍ତ ବିବରଣୀ ପ୍ରଦାନ ଲାଗି ନିର୍ଦ୍ଦେଶ ମଧ୍ୟ ରହିଛି । ପାଞ୍ଚ ବର୍ଷ ମଧ୍ୟରେ ପାଞ୍ଚ ହଜାର କୋଟି ବ୍ୟୟ ବରାଦର ବିନିଯୋଗ କରାଯାଇ ମୌଳିକ ଭିତ୍ତିଭୂମି ବିକାଶ ସହ ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ତାର ସୁଦୃଢ଼ୀକରଣ, ଅନୁନ୍ନତ ଜନଜାତି ବସବାସ କରୁଥିବା ଅଞ୍ଚଳରେ ଅଭୟନ୍ତୀକରଣ ଓ ଅନ୍ତଃ ଗ୍ରାମ୍ୟ ସଡ଼କ ସଂଯୋଗୀକରଣ, ପର୍ଯ୍ୟଟନ ସ୍ଥଳୀର ବିକାଶ ତଥା ଉନ୍ନତିକରଣ, ଶିକ୍ଷା ଓ କ୍ରୀଡା ଭିତ୍ତିଭୂମିର ସମ୍ପ୍ରସାରଣ ଓ ଆଧୁନିକରଣ, ବହୁମୁଖୀ ପ୍ରକଳ୍ପର ନିର୍ମାଣ ଓ କାର୍ଯ୍ୟାୟନ, ଧର୍ମପୀଠ ଗୁଡିକର ଉନ୍ନତିକରଣ ଇତ୍ୟାଦି ଅନ୍ତର୍ଭୁକ୍ତ l କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ସରପଞ୍ଚ, ସମିତି ସଭ୍ୟସଭ୍ୟା ଏବଂ ପଞ୍ଚାୟତ ଅଧିକାରୀଙ୍କ ଉପସ୍ଥିତ ସହ ବିଜେପିର ଅନେକ କର୍ମୀ , ଆଶାକର୍ମୀ, ଅଙ୍ଗନଓ୍ବାଡି ଓ ମିଶନଶକ୍ତି ଗୋଷ୍ଠୀ ମହିଳାଗଣ ଉପସ୍ଥିତ ଥିଲେ l ମଞ୍ଚକୁ ଅଶ୍ବିନୀ ଷଡ଼ଙ୍ଗୀ ଏବଂ ଶଶାଙ୍କ ଶେଖର ସୁବୁଦ୍ଧି ପରିଚାଳନା କରିଥିଲେ ।