ବାଲିଗୁଡା(ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ସମୀକ୍ଷା ବୈଠକ ଅନୁଷ୍ଠିତ l ଏହି କାର୍ଯ୍ୟକ୍ରମ ପରିସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ମଲିକ ନେତୃତ୍ବରେ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ କିଯ୍ଯକ୍ରମ ମୁଖ୍ୟ ସମୀକ୍ଷକ ଭାବେ ବିଧାୟକ ଚକ୍ରମଣି କହଁର ଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲିକ ମଧ୍ୟ ଉପସ୍ଥିତ ରହି ବ୍ଲକ୍ ର ସମସ୍ତ ବିଷୟରେ ସମୀକ୍ଷା କରିଥିଲେ। । ଏହି ସଭାକୁ ବାଲିଗୁଡ଼ା ବ୍ଲକ୍ ଅଧ୍ୟକ୍ଷା ନିଶାବତି ମଲିକ ସଭାପତିତ୍ବ କରିଥିବା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଭାକୁ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବାଲିଗୁଡ଼ା ସମସ୍ତ ପଞ୍ଚାୟତ ସମିତିର ସମିତି ସଭ୍ୟ ସଭ୍ୟା ଓ ସରପଞ୍ଚ ଯୋଗ ଦେଇଥିବା ବେଳେ ବ୍ଲକ ସମିତିର ସମସ୍ତ ଯନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ । ତତ୍ ସହିତ ଦ୍ଵିତୀୟ ପର୍ଯ୍ୟାୟରେ ଆଇଟିଡିଏ ପ୍ରକଳ୍ପ କାର୍ଯ୍ୟାଳୟର ମଧ୍ୟ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ । ସମସ୍ତ ବାଲିଗୁଡ଼ା ବ୍ଲକ୍ ଆନୁକୁଲ୍ୟରେ ଥିବା ପଞ୍ଚାୟତରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ କରାଯାଉଥିବା ବେଳେ କାହିଁକି ଜନ ପ୍ରତିନିଧିମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ଆସୁଛି । ତତ୍ ସହିତ ବାଲିଗୁଡ଼ା ବ୍ଲକ୍ ଥିବା ସମସ୍ତ ପଞ୍ଚାୟତର ସମସ୍ୟାକୁ ନେଇ ସ୍ଥାନୀୟ ପ୍ରଶାସନ ସହିତ ବିଧ୍ୟାୟକ ଚକ୍ରମଣି କହଁର ସମୀକ୍ଷା କରିବା ସହିତ ଆଗାମୀ ଦିନରେ ସବୁ ସମସ୍ୟା ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।