ରାମଗିରି ବ୍ଲକ ଗଠନ ଲାଗି ତୃତୀୟ ଆଲୋଚନା ବୈଠକ ଅନୁଷ୍ଠିତ…..

ରା ଉଦୟଗିରି(ଆକାଶ ଦାସ): ଗଜପତିଜିଲ୍ଲା ରା ଉଦୟଗିରି ବ୍ଲକରୁ ବାହାରି ରାମଗିରିଠାରେ ନୂତନ ବ୍ଲକ ଗଠନ ଲାଗି ଜୋରରେ ଲାଗି ପଡିଛନ୍ତି ରା ଉଦୟଗିରି ବ୍ଲକର ୯ଗୋଟି ପଞ୍ଚାୟତ ବାସୀ ଓ ନୂଆଗଡର ୨ଟି ପଞ୍ଚାୟତ ବାସୀ । ତେଣୁ ସମସ୍ତ ପ୍ରକାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାମଗିରି ସ୍ଥିତ କୁରେଇଶୁଣୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି ଏକ ଆଲୋଚନା ବୈଠକ । ବ୍ଲକ ଗଠନ ଲାଗି ଆଞ୍ଚଳିକ କମିଟିର ସଭାପତି ତାରିଣି ଚରଣ ଗୌଡ, ସମ୍ପାଦକ ପ୍ରସନ୍ନ ଦଳେଇ, ଯୁଗ୍ମ ସମ୍ପାଦକ ରଘୁନାଥ ବଡମୁଣ୍ଡି ,କୋଷାଧ୍ୟକ୍ଷ ଗୋପାଳ କୃଷ୍ଣ ଦଳେଇ ଓ ଆନ୍ୟାନ୍ୟ ସଦସ୍ୟ ତଥା ଅଞ୍ଚଳର ସରପଞ୍ଚ, ସମିତିସଭ୍ୟ, ଓ୍ବାର୍ଡସଭ୍ୟ ଓ ୧୦୦ ରୁ ଅଧିକ ଲୋକଙ୍କ ଉପସ୍ଥିତିରେ ଏଇ ଆଲୋଚନା ହୋଇଯାଇଛି । ବ୍ଳକ ଗଠନ ଲାଗି ନିଷ୍ପତି ନେବା ଦିନଠୁ ଆାଜିଯାଏ ଅଞ୍ଚଳର ବୁଦ୍ଧିଜୀବୀ ଓ ଜନ ପ୍ରତିନିଧିଙ୍କ ମନରେ କେବଳ ନୂତନ ବ୍ଲକ ଗଠନକୁ ନେଇ ଯଥେଷ୍ଠ ଉତ୍ସାହ ଦେଖାଦେଇଥିବା ବେଳେ ସରକାରୀ ସୁପାରିଶକୁ ଅଞ୍ଚଳବାସୀଙ୍କ ମଧ୍ୟ ସମ୍ପୂର୍ଣ୍ଣ ଆଶା ରଖିଥିବା ପ୍ରକାଶ କରିଛନ୍ତି । ଏଇ ଜିଲ୍ଲାରେ ଅନେକ ଅଞ୍ଚଳରେ ଅଞ୍ଚଳବାସୀ ନୂତନ ବ୍ଲକ ଲାଗି ଆଶାୟୀ ରହିଥିବା ବେଳେ, ଦେଖିବାକୁ ବାକି ରହିଲା ସରକାର କେବେ ଓ କାହାର ମନସ୍କାମନା ପୂର୍ଣ୍ଣ କରିବେ ।