ଦୁର୍ଗମ ଅଞ୍ଚଳ ଚାଷ ଜମିରେ ପଡ଼ିରହିଛି ଏକ ଅସୁସ୍ଥ ପ୍ରାଣୀ ଓଟ…

ବାଲିଗୁଡା(ସିବନ୍ତ ଦିଗାଲ): ପାଖା ପାଖି ଗୋଟିଏ ମାସ ହେବ ଚାଷ ଜମିରେ ପଡ଼ି ରହିଛି ଏକ ଅସୁସ୍ଥ ଗୃହପାଳିତ ପ୍ରାଣୀ ଓଟ । ଉଦ୍ଧାର ଦାବିରେ ଅଞ୍ଚଳବାସି l ସୂଚନା ମୁତାବକ କନ୍ଧମାଳ ଜିଲ୍ଲାର ବାଲିଗୁଡା ବ୍ଲକ୍ ଅନ୍ତର୍ଗତ ଋତୁଙ୍ଗିଆ ପଞ୍ଚାୟତର ସଲାଗୁଡା ଗାଁର ପଡ଼ିରହିଛି ଏକ ବିରଳ ପ୍ରାଣୀ ଓଟ । ବଞ୍ଚିବା ପାଇଁ ସଂଗ୍ରାମ କରୁଛି ଓଟ l ହେଲେ ଗୋଡ଼ ଭାଙ୍ଗିବା ଫଳରେ ମାଲିକ ଛାଡି ଚାଲିଗଲା । ହେଲେ ଅସୁସ୍ଥ ହୋଇ ପଡ଼ି ରହିଛି ଏକ ଗୃହପାଳିତ ପଶୁ । ସ୍ଥାନୀୟ ଲୋକ ତାକୁ ଖାଇବା ପିଇବା ଦେଉଥିବା ବେଳେ ଉତ୍ତମ ଚିକିତ୍ସା ଦେବା ସମ୍ଭବ ନାହିଁ । ସୂଚନା ଥାଉ କି ଗ୍ରାମ ବାସିଙ୍କ ଅଭିଯୋଗ ଯେ ଋତୁଙ୍ଗୁଆ ପଞ୍ଚାୟତରେ ଥିବା ପ୍ରାଣୀ ଚିକିତ୍ସକ ନଥିବାରୁ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳ ଲୋକେ । ବର୍ତ୍ତମାନ ଚିନ୍ତାର ଅଞ୍ଚଳବାସି ଏତେ ବଡ଼ ବିରାଟ କାୟ ଜୀବ ଏଭଳି ପରିସ୍ଥିତିରେ ଯିବ ବା କୁଆଡେ । ସ୍ଥାନୀୟ ପ୍ରଶାସନ ଓ ପ୍ରାଣୀ ଚିକିତ୍ସା ପକ୍ଷରୁ ଉଦ୍ଧାର କରି ଉଚିତ୍ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ସ୍ଥାନୀୟ ଲୋକ ।