ଗଜପତି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଉତ୍କଲ ବାପଟିଷ୍ଟ ମଣ୍ଡଳୀ ସମ୍ମିଳନୀ ଅନ୍ତର୍ଗତ ଉତ୍କଲ ବାପଟିଷ୍ଟ ମଣ୍ଡଳୀ ଗୁମ୍ମା ଖ୍ରୀଷ୍ଟିୟ ଉଦଯୋଗ ସମ୍ମିତି ଆୟୋଜନରେ ଉଦଯୋଗ ସମ୍ମିତି ସମ୍ମିଳନୀର ୬୯ତମ ବାର୍ଷିକ ଦୁଇଦିନିଆ ସଭା ଶୁଭାରମ୍ଭ ହୋଇଯାଇଛି । ଏହା ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ରୁପେଶ ପାଣିଗ୍ରାହୀ ଯୋଗଦାନ କରି ଯୀଶୁଖ୍ରୀଷ୍ଟଙ୍କ ବାକ୍ୟ ଅନୁସାରେ ପରସ୍ୱର ଭାତୃଭବ, ସମସ୍ତେ ପ୍ରେମ, ସ୍ନେହରେ ବଞ୍ଜିବା ବୋଲି ବକ୍ତବ୍ୟ ରଖିଥିଲେ । ଏହି ସଭାକୁ ପାଳକ ଆଚାର୍ଯ୍ୟ ଇସ୍ରାଏଲ ଲିମ୍ମା ପତାକା ଉତ୍ତୋଳନ, ପାଳକ ଆଚାର୍ଯ୍ୟ ସବୁଲନ ପାଣି ପ୍ରଦୀପ ପ୍ରଜ୍ଵଳନ ଏବଂ ଉପହାର ଅନୁଷ୍ଠାନ ନିର୍ଦ୍ଦେଶକ ପାଳକ ଆଚାର୍ଯ୍ୟ ରଜତ ପାଣି ଓ ହେଲପିଙ୍ଗ ପଇଣ୍ଟ ନିର୍ଦ୍ଦେଶକ ପାଳକ ଆଚାର୍ଯ୍ୟ ବିଦ୍ୟୁତ ସିଂ ଉଦଘାଟନ କରି ଶୁଭାରମ୍ଭ କରିଥିଲେ । ପ୍ରଥମ ଦିନର ଅଧିବେଶନରେ ଉତ୍କଳ ବାପଟିଷ୍ଟ ମଣ୍ଡଳୀ ସମ୍ମିଳନୀର ଏବଂ ସମିତି ମାନଙ୍କର କର୍ମକର୍ତ୍ତା ସମେତ ଜିଲ୍ଲାର ବିଭିନ୍ନ ଗ୍ରାମ ଓ ଜିଲ୍ଲା ବାହାରୁ ଖ୍ରୀଷ୍ଟୀୟ ସେବକ ସେବିକା ଏବଂ ହଜାର ହଜାର ସଂଖ୍ୟାରେ ବିଶ୍ବାସୀ ଯୋଗଦାନ କରିଥିଲେ । ଗୀତ ମାଧ୍ୟମରେ ଈଶ୍ବରଙ୍କ ସ୍ତୁତି, ଆରାଧନା ଏବଂ ବାକ୍ୟ, ପ୍ରାର୍ଥନା ଦ୍ଵାରା ଈଶ୍ବରଙ୍କ ପ୍ରଶଂସା କରିଥିଲେ । ଏଥିସହ ଗୁମ୍ମା ମଣ୍ଡଳୀ ପାଳକ ଆଚାର୍ଯ୍ୟ ବିଳାପ ପାଣି, ତରଙ୍ଗଗଡ଼ା ପାଳକ ଦିଲୀପ କୁମାର ପସ୍ପୁରେଡି, ନିର୍ଦ୍ଦେଶ ବିଷପ ଡକ୍ଟର ବିଶ୍ୱଜିତ ପାଣି ଓ ଆଚାର୍ଯ୍ୟ ଉପେନ୍ଦ୍ର ପରିଛା ବକ୍ତା ଭାବେ ଯୋଗଦାନ କରି ଆଜିର ସମାଜରେ ଯୁବକ ଯୁବତୀମାନେ ପଥଭ୍ରଷ୍ଟ ନ ହୋଇ ଯୌବନ ଜୀବନରେ ପଳାୟନ ହୋଇ ପବିତ୍ରତା ଜୀବନ ଯାପନ କରିବା ନିମନ୍ତେ ପବିତ୍ର ବାଇବଲରୁ ଶିକ୍ଷା ପ୍ରଦାନ କରିଥିଲେ । ଗୁମ୍ମା ଗ୍ରାମର ଯୁବକ ମାନେ ଯଥା ପ୍ରିତମ ପାଳ, ମାଇକେଲ ଲିମ୍ମା, ବିକାଶ, ରେବୁ ଓ ଅନେକ ଯୁବକମାନେ ଏଈ 69ତମ ବାର୍ଷିକ ସଭାର ପ୍ରତ୍ୟେକ କାର୍ଯ୍ୟକ୍ରମର ସାହଯଗ କରିଥିଲେ l