ସାମ୍ବାଦିକଙ୍କ ମାତ୍ରୁ ବିୟୋଗ, ପ୍ରେସ କ୍ଲବ ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ..

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ସାମ୍ବାଦିକ ତଥା ପ୍ରେସ କ୍ଲବ ଉପ ସଭାପତି ରାମକୃଷ୍ଣ ଚୈାଧୁରୀଙ୍କ ମାତା ରଙ୍ଗବତୀ ଚୌଧୁରୀ( ୮୬) ଆଜି ଦିବା ୧୨ ଘଟିକା ସମୟରେ ଇହଲୀଳା ସମ୍ବରଣ କରିଛନ୍ତି । ସେ ଜଣେ ମିଷ୍ଠଭାଷି, ମିଳାପି, ଧର୍ମପରାୟଣ ମହିଳା ଥିଲେ । ତାଙ୍କର ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।  ପ୍ରେସ କ୍ଲବ ତରଫରୁ ଶ୍ରଧାଞଳି ଅର୍ପଣ କରାଯାଇଛି । ପ୍ରେସ କ୍ଲବ ସଭାପତି ଅରୁଣ କୁମାର ଷଡ଼ଙ୍ଗୀ, ସଂପାଦକ ଅନୀଲ କୁମାର ଦଳବେହେରା, ସଂଗଠକ ସମ୍ପାଦକ ଗଗନ କୁମାର ପ୍ରଧାନଙ୍କ ସମେତ ଅନ୍ୟ ସଭ୍ଯମାନେ ଯୋଗ ଦେଇ ଅନ୍ତିମ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ଥାନୀୟ ଧବଳେଶ୍ଵର ମନ୍ଦିର ନିକଟସ୍ଥ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା । ସାନ ପୁଅ ରାମକୃଷ୍ଣ ଚୌଧୁରୀ ମୁଖାଗ୍ନି ଦେଇଥିଲେ ।  ତାଙ୍କର ୪ ପୁଅ ଓ ଗୋଟିଏ ଝିଅ ଅଛନ୍ତି । କିଛି ବର୍ଷ ପୂର୍ବେ ତାଙ୍କ ସ୍ୱାମୀ ନିରଞ୍ଜନ ଚୌଧୁରୀଙ୍କ ମୃତ୍ୟୁ ଘଟିଥିଲା । ତାଙ୍କ ମୃତ୍ୟୁ ଖବର ପାଇ ଘୁ.ଉଦୟଗିରି ଓ ଗ୍ରେସିଙ୍ଗିଆରେ ଶୋକର ଛାୟା ଖେଳି ଯାଇଛି l