ଓଡ଼ିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରିରେ ସର୍ବନିମ୍ନ ୪.୮ ଡିଗ୍ରୀ, ଦାରିଙ୍ଗବାଡି ୮.୫ ଓ ଫୁଲବାଣୀରେ ୭.୫ ଡିଗ୍ରୀ ତାପମାତ୍ରା ରେକର୍ଡ..

ଅନୁସନ୍ଧାନ ଭାରତ(ବ୍ୟୁର): ଓଡ଼ିଶାର ଡାର୍ଜିଲିଙ୍ଗ ଭାବେ ପରିଚିତ ଘୁ.ଉଦୟଗିରି ପୁଣି ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ଚିହ୍ନଟ ହୋଇଛି । ନୂତନ ବର୍ଷରୁ ପ୍ରବଳ ଶୀତରେ ଥରୁଛି ଘୁ.ଉଦୟଗିରି । ଶୁକ୍ରବାର ଅର୍ଥାତ 3/01/2025 ତାରିଖରେ ଘୁ.ଉଦୟଗିରି ସହରର ସର୍ବନିମ୍ନ ତାପମାତ୍ରା ୪.୮ଡିଗ୍ରୀ ସେଲସିୟସ ରେକର୍ଡ ହୋଇ ଥିବା ଘୁ.ଉଦୟଗିରି କୃଷି ଗବେଷଣା କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି । କିଛି ଦିନ ବ୍ୟବଧାନ ପରେ ହଠାତ୍‌ ଶୀତ ବଢ଼ିଥିବାରୁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହେଉଛି । ପ୍ରବଳ ଶୀତ ଯୋଗୁ ଗରିବ ଲୋକମାନେ ନାହିଁ ନ ଥିବା ଅସୁବିଧାରେ ଥିବାବେଳେ ଅନ୍ୟପଟେ ଶୀତର ମଜା ନେବା ପାଇଁ ଘୁ.ଉଦୟଗିରିକୁ ପର୍ଯ୍ୟଟକମାନଙ୍କ ଆଗମନ ବୃଦ୍ଧି ପାଇଛି । କଳିଙ୍ଗା ବନ ଉଦ୍ୟାନ, କାଲିଗାଡୁ ହିଲ୍‌ଟପ୍‌, ସିରିକି ପାର୍କ, କଫିବଗିଚା, କାକାଲ ବାକି, କଳିଙ୍ଗା ଘାଟିରେ ପର୍ଯ୍ୟଟକମାନଙ୍କ ଭିଡ଼ ଜମୁଛି । ନୂଆବର୍ଷ ଆରମ୍ଭରୁ ଶୀତ ପ୍ରକପୋ ମାତ୍ରା ବଢ଼ିଚାଲିଛି । ଆଜି <span;>ଘୁ.ଉଦୟଗିରିରେ ସର୍ବନିମ୍ନ ୪.୮ ଡିଗ୍ରୀ, ଦାରିଙ୍ଗବାଡି ୮.୫  ଓ ଫୁଲବାଣୀରେ ୭.୫ତାପମାତ୍ରା ରେକର୍ଡ କରିଛି ଭାରତୀୟ ପାଣିପାଗ ବିଭାଗ l ପାହାଡ଼ ଘେରା ସବୁଜ ବନାନୀରେ ପୂର୍ଣ୍ଣ ଓ ଶୀତକୁ ଅନୁଭବ କରିବା ପାଇଁ ଘୁ.ଉଦୟଗିରିକୁ ବାହାର ରାଜ୍ୟ ଓ ଦେଶ ବାହାରୁ ଆସୁ ଥିବା ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଛି l ଘୁ.ଉଦୟଗିରିକୁ ପର୍ଯ୍ୟଟକଙ୍କ ଭିଡ଼ ଲାଗି ଥିବା ବେଳେ ପ୍ରଶାସନ ପକ୍ଷରୁ ପର୍ଯ୍ୟଟନ ସ୍ଥଳୀ ଗୁଡିକର ବିକାଶକୁ ଗୁରୁତ୍ୱ ଦିଆଯାଉନ ଥିବା ଅଂଚଳ ବାସୀ ଅଭିଯୋଗ କରିଛନ୍ତି l କାଲିଗାଡୁକୁ ଯିବା ପାଇଁ ନିର୍ମାଣ ହେଉ ଥିବା ରାସ୍ତା କେବଳ ଘାଟି କଟିଙ୍ଗରେ ସୀମିତ ରହିଛି l ଯାହା ପାଇଁ ପର୍ଯ୍ୟଟକଙ୍କ ହିଲଟପକୁ ଯିବାରେ ବହୁତ ସମସ୍ୟା ଦେଖା ଦେଉ ଥିବା କହିଛନ୍ତି l ରାସ୍ତା ଖରାପ ଯୋଗୁଁ ବରିଷ୍ଠ ନାଗରିକ ହିଲଟପକୁ ଯିବା ପାଇଁ ବହୁ କଷ୍ଟ ଅନୁଭବ କରୁଥିବା କହିବା ସହ ଯଥା ସମ୍ଭବ ରାସ୍ତାର ନିର୍ମାଣ କାମ ସମ୍ପୂର୍ଣ୍ଣ କରିବା ସହ ଲାଇଟ, ଟଏଲେଟ ଓ ଅନ୍ୟାନ୍ୟ ଵ୍ୟବସ୍ଥା, ସିର୍କି ଘାଇ ଠାରେ ପାନୀୟ ଜଳ, ଆଲୋକୀ କରଣ ଓ ଟଏଲେଟ, ବଣ ଭୋଜି ସକାଶେ ମଣ୍ଡି ବ୍ୟବସ୍ଥା, ଘାଇର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟ କରଣ ସହ ପର୍ଯ୍ୟଟକଙ୍କ ପାଇଁ ବଟିଙ୍ଗ ଵ୍ୟବସ୍ଥା ପାଇଁ ପ୍ରଶାସନ ପାଖରେ ଦାବୀ କରିଛନ୍ତି l