ବିରୋଧୀ ଦଳ ନେତାଙ୍କୁ ନୂତନ ବର୍ଷ ଶୁଭେଚ୍ଛା ଜଣାଇଲେ ହିଞ୍ଜିଳିକାଟୁ ବିଜେଡି ନେତା…

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଲେ ହିଞ୍ଜିଳି ବ୍ଲକ ବିଜେଡି ନେତା l ଆଜି ଭୁବନେଶ୍ୱର ନବୀନ ନିବାସ ଠାରେ ହିଞ୍ଜିଳି ବିଧାୟକଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ର, ହିଞ୍ଜିଳିକାଟୁ ବିଜେଡି ଉପଦେଷ୍ଟା କମିଟି ଅଧ୍ୟକ୍ଷ ସୁରେନ୍ଦ୍ର ପ୍ରଧାନ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସରସ୍ୱତୀ ସେଠୀ, ବିଧାୟକଙ୍କ ବ୍ଲକ୍ ପ୍ରତିନିଧି ତଥା ଜିଲ୍ଲା ପରିଷଦ ସଦସ୍ୟ ଏ ସୁଦର୍ଶନ, ବ୍ଲକ୍ ବିଜେଡି ସଭାପତି ଦୁର୍ଗା ମାଧବ ମହାନ୍ତିଙ୍କ ସମେତ ଅନେକ କର୍ମୀ ନବୀନ ନିବାସ ସ୍ଥାନୀୟ ବିଧାୟକଙ୍କୁ ଭେଟି ଶୁଭେଛା ବାର୍ତ୍ତା ଜଣାଇଥିଲେ ।