ଦାରିଙ୍ଗବାଡି( ଆଶୋକ ସିଂ): ଆଉ କିଛି ସମୟ ପରେ ନୂତନ ବର୍ଷ ଜିରୋ ନାଇଟ ମନେଇବା ପାଇଁ ଯୁବ ବର୍ଗ ଚଳ ଚଞ୍ଚଳ ହୋଇ ପଡ଼ିଛନ୍ତି l ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି l କନ୍ଧମାଳ ଓ ଗଜପତି ଜିଲ୍ଲା ସୀମାନ୍ତ ବ୍ରାହ୍ମଣୀଗାଁ ଥାନା ପୁଲିସ ପକ୍ଷରୁ ଗାଡ଼ି ମୋଟର ଯାଞ୍ଚକୁ କଡ଼ା କଡ଼ି କରାଯାଇଛି l ବିଶେଷ କରି ମଦ୍ୟପ ତଥା ଅମାନିଆ ଗାଡ଼ି ଚାଳକଙ୍କ ଉପରେ କଡ଼ା ନଜର ରଖା ଯାଇଛି l ଏକ ସ୍ବତନ୍ତ୍ର ମେସିନ ସାହାଯ୍ୟରେ ମଦ୍ୟ ପାନକୁ ଯାଞ୍ଚ କରାଯାଉଥିବା ଦେଖିବାକୁ ମିଳିଛି । କନ୍ଧମାଳ ଏସ୍ପିଙ୍କ ନିର୍ଦ୍ଧେଶରେ ଥାନା ଉପ ଆରକ୍ଷୀ ଅଧିକାରୀ ଅମରେନ୍ଦ୍ର ସୁବୁଦ୍ଧି, ଏଏସଆଇ ରମାକାନ୍ତ ସେଠିଙ୍କ ସମେତ ସୁରକ୍ଷା କର୍ମୀ, ଗୃହରକ୍ଷୀମାନେ ମୁତୟନ ହୋଇ ଶିବମନ୍ଦିର ଛକ ନିକଟରେ ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି ।