ରାଇରଙ୍ଗପୁର ଲ୍ଯାମ୍ପ ପରିସରରେ ଧାନମଣ୍ଡି ଉଦଘାଟିତ….

ରାଇରଙ୍ଗପୁର(ଉତ୍ତମ ରାମ): ରାଇରଙ୍ଗପୁର ସହରସ୍ତ କଚେରୀ ନିକଟସ୍ତ ଲ୍ଯାମ୍ପ ପରିସରରେ ଧାନମଣ୍ଡି ସଭାପତି ଏସିଏସଓ ସାରଙ୍ଗଧର ବେହେରାଙ୍କ ଅଧ୍ଯକ୍ଷତାରେ ଉଦଘାଟିତ ହୋଇଯାଇଛି I ଏଥିରେ ମୁଖ୍ଯ ଅତିଥି ଭାବେ ବାମନଘାଟୀ ଉପଜିଲ୍ଲାପାଳ ସୌମ୍ଯରଂଜନ ପ୍ରଧାନ, ସମ୍ମାନିତ ଅତିଥି ରୂପେ ତହସିଲଦାର ବିଶ୍ବନାଥ ବିଶ୍ବାଳ, ବିଡିଓ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା ଓ ବ୍ଲକ ଅଧ୍ଯକ୍ଷ ଜ୍ଞାନରଂଜନ ହେମ୍ବ୍ରମ ପ୍ରମୁଖ ଯୋଗ ଦେଇଥିଲେ I ସଭା ପ୍ରାରମ୍ଭରେ ସଭାପତି ଶ୍ରୀ ବେହେରା ଧାନମଣ୍ଡି ସଂପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ I ଏହା ପରେ ଅତିଥିଗଣ ଧାନର ଗୁଣାତ୍ମକମାନ, ଗତ ଦୁଇଦିନ ତଳେ ରାଇରଙ୍ଗପୁର ବ୍ଲକମାନଙ୍କରେ ଧାନମଣ୍ଡି ଉଦଘାଟିତ ହୋଇଥିବା ବେଳେ ଆଜି ରାଇରଙ୍ଗପୁରରେ ଧାନମଣ୍ଡି ଉଦଘାଟନ ହେଉଥିବାରୁ ସମସ୍ତ ଚାଷୀବର୍ଗଙ୍କୁ ସ୍ବାଗତ କରିବା ସହିତ ଧାନର ଦର ଓ ସରକାରୀ ସହାୟତା ଦର ସଂପର୍କରେ ସାରଗର୍ଭକ ବକ୍ତବ୍ଯ ପ୍ରଦାନ କରିଥିଲେ I ଏହାପରେ ସେମାନେ ଧାନମଣ୍ଡି ଯାଇ ଫିତା କାଟି ଶୁଭ ଉଦଘାଟନ କରିଥିଲେ I ସଭାପତି ଏସିଏସଓ ସାରଙ୍ଗଧର ବେହେରା ସଭା ପରିଚାଳନା ସହ ଧନ୍ଯବାଦ ଅର୍ପଣ କରିଥିଲେ I ଉକ୍ତ ଭବ୍ଯ କାର୍ଯ୍ଯକ୍ରମରେ ରାଇରଙ୍ଗପୁର ଲ୍ଯାମ୍ପର ଏମଡି ଲୋପାମୁଦ୍ରା ମହାନ୍ତ ତଥା କର୍ମଚାରୀଗଣ ଆଶୁତୋଷ ମହାନ୍ତ, କୃଷ୍ଣ ମହାନ୍ତ, ଇନ୍ଦ୍ରଜିତ ବାରିକ, ସଂଜୀତ ବାରିକ, ରୂପାଲି ମହାନ୍ତ ଓ ବିଷ୍ଣୁପ୍ରିୟା ମହାନ୍ତ ପ୍ରମୁଖ ସାହାଯ୍ଯ ଓ ସହଯୋଗ କରିଥିଲେ I ଏହି ଧାନମଣ୍ଡି ଉଦଘାଟନରେ ବହୁସଂଖ୍ଯାରେ ଚାଷୀ ଯୋଗ ଦେଇଥିଲେ I