ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର କ.ନୂଆଗାଁ ବ୍ଲକ୍ ମହାସିଙ୍ଗ ଠାରେ ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ ପାଳିତ…

ବାଲିଗୁଡା(ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀର କ.ନୂଆଗାଁ ବ୍ଲକ ମହାସିଙ୍ଗ ଠାରେ ଆଜି ବାଲିଗୁଡ଼ା ବ୍ଲକ୍ ବିଜେଡି ସଭାପତି ଟୁନା ଦାସଙ୍କ ନେତୃତ୍ବରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ହଜାରରୁ ଉର୍ଦ୍ଧ ବିଜୁ ପ୍ରେମୀଙ୍କୁ ନେ଼ଇ ଏକ ବିଶାଳ ସମାବେଶ ସଭା ଆୟୋଜନ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପ୍ରଥମେ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ତୁମୁଡ଼ିବନ୍ଧ ବ୍ଲକ୍ ସଭାପତି ପ୍ରମୋଦ ସାହୁ, ବିଧାୟକ ପ୍ରତିନିଧି ଅବନୀ କାନ୍ତ ନାୟକ, ପୂର୍ବତନ ବିଧାୟକ ରାଜୀବ ପାତ୍ର, ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, କ.ନୂଆଗାଁ ବ୍ଲକ୍ ବିଜେଡି ସଭାପତି ଭାଗ୍ୟବାନ ବେହେରା, ବ୍ଲକ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନିତା ମଲିକ, ସମସ୍ତ ବ୍ଲକ୍ ଓ ପଞ୍ଚାୟତ ବିଜୁ ଜନତା ଦଳର ସଭାପତି ଓ ବରିଷ୍ଠ ନେତା କର୍ମୀ ଉପସ୍ଥିତ ଥିବା ବେଳେ ଆଗମୀ ଦିନରେ ଦକ ସଂଗଠନ ମଜୁଭୁତ କରି ପୁଣି ଥରେ ରାଜ୍ୟରେ କିଭଳି ସରକାର କରି ପାରିବ ସେ ନେଇ ବିଭିନ୍ନ ବିଷୟରେ ଉପରେ ଦୃଷ୍ଟି ଆକର୍ଷଣ କରିଥିବା ଦେଖିବାକୁ ମିଳିଥିଲା । ଆଜିକାର ଏହି ସଭାକୁ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ସଂଯୋଜକ ତଥା ବ୍ଲକ୍ ସଭାପତି ଟୁନା ଦାସ ପରିଚାଳନ କରିଥିବା ବେଳେ ଉପସ୍ଥିତ ଅତିଥିମାନେ ମୋହନ ସରକାରଙ୍କୁ କଟାକ୍ଷ କରିବା ସହିତ ଆଗାମୀ ଦିନରେ ବାଲିଗୁଡ଼ା ଅଞ୍ଚଳରେ କିଭଳି ଦଳୀୟ ସଂଗଠନ ମଝୁବୁତ ହେବ ସେ ସମ୍ପର୍କରେ ମନ୍ତବ୍ୟ ରଖିଥିଲେ ।