ନିର୍ମାଣ ସ୍ୱେଚ୍ଛା ସେବୀ ଅନୁଷ୍ଠାନ ପକ୍ଷରୁ ଜାତୀୟ ପୋଷଣ ସପ୍ତାହ ପାଳିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ତୁମୁଡିବନ୍ଧ ବ୍ଲକ ପରିସରରେ ନିର୍ମାଣ ସ୍ୱେଚ୍ଛା ସେବୀ ଅନୁଷ୍ଠାନ ପକ୍ଷରୁ ଜାତୀୟ ପୋଷଣ ସପ୍ତାହ ପାଳନ କରାଯାଇଛି I ଏହି ଅବସରରେ ନିର୍ମାଣ ଅନୁଷ୍ଠାନର ଶସ୍ୟ ଉପ୍ତାଦନ ଏବଂ ଏହି ଖାଦ୍ୟର ବ୍ୟବହାର ସମ୍ପର୍କରେ ସଚେତନ ରଥ ଓ ପୃଷ୍ଟି କର ଖାଦ୍ୟ ମେଳାର ଶୁଭାରମ୍ଭ କରିବା ନିମନ୍ତେ ତୁମୁଡିବନ୍ଧ ବ୍ଲକ ଗୋଷ୍ଟିଉନୟନ ଅଧିକାରୀ ରୀନା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ I

csp

ଏହା ସହ ତୁମୁଡିବନ୍ଧ ତହସିଦାର ଅନୁରାଧା ମଲିକ ସମ୍ମାନନୀୟ ଅଥିତି ଭାବେ ଯୋଗ ଦେଇ ସଚେତନ ରଥ ଖାଦ୍ୟ ମେଳାକୁ ଶୁଭ ଆରମ୍ଭ କରିବା ସହିତ ପୃଷ୍ଟି କର ଖାଦ୍ୟର ପ୍ରସ୍ତୁତି ଓ ବଜାର ସମ୍ପର୍କ ରେ ଆଲୋଚନା କରିଥିଲେ I ନିର୍ମାଣ ଅନୁଷ୍ଠାନର କନ୍ଧମାଳ ଜିଲ୍ଲା ଶାଖାର ସମ୍ପାଦକ ଶବ୍ୟସାଚୀ ହନୁମାନ, ସପ୍ନନା ରାଣୀ ମହାରଣା ଖାଦ୍ୟ ପ୍ରସ୍ତୁତି ଚାହିଦା ସମ୍ପର୍କରେ ସୂଚନା ଦେଇ ଥିଲେ I ଏହି କାର୍ଯ୍ୟକ୍ରମକୁ ଓଡିଶା କ୍ଷୁଦ୍ର ଶସ୍ୟ ମିଶନ କୃଷି ସଶକ୍ତି କରଣ ବିଭାଗ ଓଡିଶା ସରକାରଙ୍କ ଆତ୍ମା କନ୍ଧମାଳ ସହାୟତାରେ ନିର୍ମାଣ ଅନୁଷ୍ଠାନ ଦ୍ୱାରା ପରିଚାଳନା କରାଯାଉ ଥିବାର ଉପସ୍ଥିତ ଉଚ୍ଚପଦସ୍ଥ କର୍ମଚାରୀ ପ୍ରକାଶ କରିଛନ୍ତି I