ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଜିଲ୍ଲା ସ୍ତରୀୟ ଏକାଦଶ କୃଷି ଗଣନାର ଦ୍ଵିତୀୟ ଓ ତୃତୀୟ ପର୍ଯ୍ୟାୟ ସର୍ଭେ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ସୁନ୍ଦରଗଡ଼ ସ୍ଥିତ ସଦ୍ଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି I ୨୦୧୧ – ୨୨କୁ ସୂଚକ ବର୍ଷ ନେଇ ଏହାର ପ୍ରଥମ ପର୍ଯ୍ୟାୟ ଗଣନା ଜିଲ୍ଲାର ସମସ୍ତ ୧୭ ତହସିଲ ର ୧୭୯୨ ନମୁନା ଗ୍ରାମରେ ସର୍ଭେ ସରିଛି I ଦ୍ଵିତୀୟ ପର୍ଯ୍ୟାୟ ସର୍ଭେରେ ସମସ୍ତ ତହସିଲ ଅନ୍ତର୍ଗତ ୩୪୬ ନମୁନା ଗ୍ରାମ ଯାହାକି ପ୍ରଥମ ପର୍ଯ୍ୟାୟରେ ୨୦% ଗ୍ରାମରେ ଚାଷଜୋତ ସମ୍ପର୍କିତ ପ୍ରଜାସ୍ପତ୍ତ୍ୱ, ଭୂମି ବିନିଯୋଗ, ଜଳସେଚନ ସ୍ଥିତି, କୃଷି ଯନ୍ତ୍ର ଓ କୃଷି ଢାଞ୍ଚା ବିକ୍ଷିପ୍ତ ଭାବେ ଚାଷ ହେଉଥିବା ବିଭିନ୍ନ ଆକାରର ଚାଷଜୋତ ଓ ଚାଷୀଙ୍କ ସାମାଜିକ ଗୋଷ୍ଠୀ ସମ୍ବଳିତ ତଥ୍ୟ ଯାହାକି ମୋବାଇଲ ଆପରେ ଗଣନାକାରୀଙ୍କ ଦ୍ୱାରା ଚଳିତ ଡିସେମ୍ବର ୨୦୨୪ ରେ ସଂଗ୍ରହ ହେବ I ତୃତୀୟ ପର୍ଯ୍ୟାୟରେ ସମସ୍ତ ତହସିଲ ଅନ୍ତର୍ଗତ ୧୨୬ ନମୁନା ଗ୍ରାମ ଯାହାକି ପ୍ରାଣୀସମ୍ପଦ, କୃଷି ଯନ୍ତ୍ରପାତି, ସାର ବ୍ୟବହାର ଚାଷୀ ଦ୍ୱାରା ବ୍ୟବହୃତ କୃଷି ଋଣ ଇତ୍ୟାଦି ସମ୍ବଳିତ ତଥ୍ୟ ନିର୍ଦ୍ଦିଷ୍ଟ ଫର୍ମରେ ଗଣନାକାରୀଙ୍କ ଦ୍ୱାରା ୨୦୨୫ ମାର୍ଚ୍ଚ ସୁଦ୍ଧା ସଂଗ୍ରହ ହେବ I ଡିସେମ୍ବର ୯ ତାରିଖରେ ସମସ୍ତ ତହସିଲର ଗଣନାକାରୀ ଓ ସୁପରଭାଇଜର ଙ୍କୁ ନେଇ ୧୧୮ ଜଣଙ୍କୁ ତାଲିମ ଦିଆଯାଇଛି I ତାଲିମ କାର୍ଯ୍ୟରେ ଜିଲ୍ଲାର ସମସ୍ତ ତହସିଲର ନିର୍ଦ୍ଦିଷ୍ଟ ରାଜସ୍ବ ନିରୀକ୍ଷକ, ସହକାରୀ ରାଜସ୍ବ ନିରୀକ୍ଷକ, ଅମିନ ଓ ଭି.ଏ.ଡବ୍ଲୁ , ପରିସଂଖ୍ୟାନ ଅଧିକାରୀ , ବରିଷ୍ଠ ଅର୍ଥନୈତିକ ଅନୁସନ୍ଧାନକାରୀ, ନିରୀକ୍ଷକ ଯୋଗ ଦେଇଥିଲେ I ଭାରତରେ ଏହି କୃଷି ଗଣନା ୧୯୭୦ – ୭୧ ମସିହାରୁ ପ୍ରତି ପାଞ୍ଚ ବର୍ଷ ବ୍ୟବଧାନରେ ହୋଇଆସୁଛି ଓ ଏହା ଏକାଦଶତମ କୃଷି ଗଣନା ଅଟେ I ତାଲିମ କାର୍ଯ୍ୟରେ ରାଜ୍ୟ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟରୁ ଯୁଗ୍ମ ନିର୍ଦ୍ଦେଶକ ଡ଼ଃ ବିଜ୍ଞାନାନନ୍ଦ ମହାନ୍ତି, ଓ.ଏସ.ଡି ଶ୍ରୀ ପ୍ରମୋଦ କୁମାର ମହାନ୍ତି ଯୋଗଦାନ କରି ତାଲିମ କାର୍ଯ୍ୟ ପରିଚାଳନା କରିଥିଲେ I ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ରବିନ୍ଦ୍ର ନାରାୟଣ ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ ଅଭିମନ୍ୟୁ ମାଝୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀଯୁକ୍ତ ହରିହର ନାୟକ, ଭାରପ୍ରାପ୍ତ ଉପ ନିର୍ଦ୍ଦେଶକ(ଯୋଜନା ଓ ପରିସଂଖ୍ୟାନ) ଶ୍ରୀ ପ୍ରଦୀପ କୁମାର ତିର୍କି ଓ ପରିସଂଖ୍ୟାନ ଅଧିକାରୀ ଯୋଗ ଦେଇ ସମସ୍ତ ତାଲିମ ଗ୍ରହଣ କାରୀଙ୍କୁ ଏହି ତାଲିମ ନେଇ ନିଜ ଫିଲଡରେ ମାର୍ଗଦର୍ଶିକା ଅନୁଯାୟୀ କ୍ଷେତ୍ରରୁ ସଠିକ ତଥ୍ୟ ସଂଗ୍ରହ କରିବାକୁ ପରାମର୍ଶ ଦେଇ ଥିଲେ I ଯୋଜନା ଓ ସଂଯୋଜନ ବିଭାଗ, ଓଡିଶା ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର ତତ୍ତ୍ୱାବଧାନରେ ଓ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଓ ସୁନ୍ଦରଗଡ଼ସ୍ଥ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ଆନୁକୁଳ୍ୟରେ ଆୟୋଜିତ ହେଇଥିବା ଏହି ତାଲିମ କାର୍ଯ୍ୟକ୍ରମକୁ ମାଷ୍ଟର ଟ୍ରେନର ଭାବେ ପରିସଂଖ୍ୟାନ ଅଧିକାରୀ ଶ୍ରୀମତୀ ବିଜେତା କିଷାନ ଓ ଶ୍ରୀ ଅଜିତ କୁମାର ସେଠୀ ପରିଚାଳନା କରିଥିଲେ I