ତରଙ୍ଗଡା ବାପଟିଷ୍ଟ ମଣ୍ଡଳୀରେ ରୌପ୍ୟ ଜୟନ୍ତୀ ଉତ୍ସବ ଅନୁଷ୍ଠିତ…

ଗୁମ୍ମା(ନିରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ତରଙ୍ଗଡା ଗ୍ରାମରେ ତରଙ୍ଗଡା ବାପଟିଷ୍ଟ ମଣ୍ଡଳୀରେ ରୌପ୍ୟ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ତରଙ୍ଗଡାରେ ନଗର ସଙ୍କୀର୍ତ୍ତନ ପରେ ଉତ୍କଳ ବାପଟିଷ୍ଟ ମଣ୍ଡଳୀ ସମ୍ମିଳନୀର ସଭାପତି ପାଳକ ଆଚାର୍ଯ୍ୟ ଇସ୍ରାଏଲ ଲିମା ପତାକା ଉତ୍ତୋଳନ କରିଥିଲେ । ଉତ୍କଳ ବାପଟିଷ୍ଟ ମଣ୍ଡଳୀ ସମ୍ମିଳନୀର ସାଧାରଣ ସମ୍ପାଦକ ପାଳକ ଆଚାର୍ଯ୍ୟ ସବୁଲନ ପାଣି ନୂତନ ଉପାସନାଳୟ ଫଳକ ଉନ୍ମୋଚନ କରିଥିବା ବେଳେ ବିଶପ ଆଚାର୍ଯ୍ୟ ବିଶ୍ୱଜିତ୍ ପାଣି ଉଦଘାଟନ କରିଥିଲେ । ବିଶପ ଆଚାର୍ଯ୍ୟ ବିଶ୍ୱଜିତ୍ ପାଣି ଶୁଭେଛା ବାର୍ତ୍ତା ପ୍ରଦାନ କରିଥିଲେ । ସ୍ବାଧିନ ପ୍ରଚାରକ ଆଚାର୍ଯ୍ୟ ଉପେନ୍ଦ୍ର ପରିଚ୍ଛା ମୁଖ୍ୟ ବକ୍ତା ଭାବେ ବାକ୍ୟ ପରିବେଷଣ କରିଥିଲେ । ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି ତିରୁପତି ରାଓ ତାଙ୍କ ବକ୍ତବ୍ୟରେ ଆମେ ଖ୍ରୀଷ୍ଟିଆନ୍ ଭାଇ ଭଉଣୀମାନଙ୍କ ସହ ଥିଲୁ, ଅଛୁ ଏବଂ ଆଗକୁ ମଧ୍ୟ ରହିବୁ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ଗଜପତି ବିଜେଡି ସଭାପତି ଶ୍ରୀଜଗବନ୍ଧୁ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଜପତି ଖ୍ରୀଷ୍ଟୀୟ ସମାଜକୁ ଶିକ୍ଷିତ ହେବ ପାଇଁ ପରାମର୍ଶ ଦେଇଥିଲେ ।